ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇ ଦିନ ତଳେ ଅର୍ଥାତ ୨୨ ତାରିଖରେ ଭଦ୍ରକ ବ୍ଲକ ଅଧିନସ୍ଥ ଅଣ୍ଡେଇପଲ୍ଲୀ ଗ୍ରାମର ଥିବା ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଭିତି ପ୍ରସ୍ତାର ସ୍ଥାପନାର ଊନ୍ନତି ମୂଳକ କାର୍ଯ୍ୟର ଶୁଭ ଭିତି ପ୍ରସ୍ତର କାର୍ଯ୍ୟର ଫଳକ ଉନ୍ମୋଚନ କରିଥାନ୍ତେ ସ୍ଥାନୀୟ ବିଧାୟକ। ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ଥିଲା। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯିବା ପୂର୍ବରୁ ସ୍ଥାନୀୟ ବିଜେଡ଼ି ସରପଂଚ ଗୌରୀ ମଲ୍ଲିକ ଓ ସମିତି ସଭ୍ୟ ଦଶରଥ ସେଠୀ ଓ ତାଙ୍କ ସହଯୋଗୀ ମାନେ ମିଶି ଫଳକରେ ସରପଂଚଙ୍କ ନାମ ନଥିବା ନେଇ ଅଭିଯୋଗ କରି ଫଳକକୁ ଭାଙ୍ଗି ଦେଇଥିଲେ। ଯାହା ଫଳରେ ଆଇନ କୁ ହାତ କୁ ନେଇଥିଲେ ଏହି ଗ୍ରାମର ବିଜେଡ଼ି ସରପଂଚ ଓ ସମିତିସଭ୍ୟ ଓ ସ୍ଥାନୀୟ ବିଜେଡ଼ିର କିଛି କର୍ମୀ ମାନେ। ଏହି ଘଟଣା କୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଆଜି ଗ୍ରାମାଂଚଳ ପୋଲିସ ଫଳକ ଭଙ୍ଗା ଘଟଣାରେ ବିଜେଡ଼ି ସମିତି ସଭ୍ୟ ଦଶରଥ ସେଠୀ ଓ ତାଙ୍କ ଦୁଇ ସହଯୋଗୀ ମହେଶ୍ୱର ଜେନା ଓ ତପନ ବାରିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଫଳକ ଭାଙ୍ଗିବା ଘଟଣାରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି ବୋଲି ଗ୍ରାମାଂଚଳ ପୋଲିସ ସୂଚନା ଦେଇଛି.ଅନ୍ୟପଟେ ରାଜ୍ୟରେ ନୂତନ ସରକାର ଆସିବାର ୮ ମାସ ଭିତରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରୁଥିବାରୁ ତାହାକୁ ସହ୍ୟ କରି ପାରୁନାହାନ୍ତି ବିଜେଡ଼ି ଦଳ। ଯାହା ଫଳରେ ଏହିଭଳି ଫଳକ ଭାଙ୍ଗୁଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା। ପୋଲିସ ଏ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବିଜେପି ଦଳର ପୂର୍ବତନ ଜିଲ୍ଲା ଉପସଭାପତି ବିଦ୍ୟାଧର ସାହୁ କହିଛନ୍ତି।