Home ଓଡ଼ିଶା ଫନି ସହାୟତା ୩୩୩୮କୋଟି ଟଙ୍କା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ

ଫନି ସହାୟତା ୩୩୩୮କୋଟି ଟଙ୍କା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ

398

ଭୁବନେଶ୍ୱର, ତା.୨୦/୦୮(ଓଡ଼ିଆ ପୁଅ): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ କମିଟି ବୈଠକ ପରେ ଏନ୍ଡିଆର୍ଏଫ ପାଣ୍ଠି୍ରୁ ଓଡିଶାକୁ ଫନି ସହାୟତା ବାବଦରେ ଆହୁରି ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛିା। କେନ୍ଦ୍ରର ଓଡିଶା ପ୍ରତି ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସଭାପତି ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଧନ୍ୟବାଦ ଜଣାଇଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫନି ବାତ୍ୟାର ମୁକାବିଲା କରିବା ପାଇଁ ଓଡିଶାକୁ ଆଗୁଆ ୩୪୧ କୋଟି ଟଙ୍କାର ସହାୟତା ଯୋଗାଇଥିଲେ। ସେହିପରି ବାତ୍ୟା ଫନି ପରେ ଓଡିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ୧୦୦୦ କୋଟିର ସହାୟତା ରାଶି ତୁରନ୍ତ ଘୋଷଣା କରିଥିଲେ। ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଅକୁଣ୍ଠ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.