Home ଜିଲ୍ଲା ପରିକ୍ରମା ଫତେପୁର ରାସ୍ତା ପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡିବ କେବେ ?

ଫତେପୁର ରାସ୍ତା ପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡିବ କେବେ ?

81

ଖଇରା/ବାଲେଶ୍ବର, ୨/୧୧(ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା)-ସରକାର ରାସ୍ତା ନିର୍ମାଣ ଓ ମରାମତି ବାବଦରେ କୋଟି କୋଟି ଟଙ୍କା ବ୍ଯୟ କରୁଥିବା ବେଳେ ବାଲେଶ୍ବର ଜିଲ୍ଲା ଖଇରା–ଫତେପୁର ରାସ୍ତା ପ୍ରତି ନଜର ନଦେବା ବଡ଼ ଦୁଃଖର ବିଷୟ ହୋଇଛି। ସୋର–କୁପାରୀ ୫୭ ନମ୍ବର ରାଜ୍ୟରାଜ ପଥ ଖଇରା ବ୍ଲକ ଖଇରା ପଞ୍ଚାୟତ ଠାରୁ ଫତେପୁରକୁ ଯାଇଛି ଯାହାର ଲମ୍ବ ୬ କିଲୋମିଟର ଏହି ରାସ୍ତାଟି। ଏହି ୬ କିଲୋମିଟର ରାସ୍ତା ଉପରେ ଖଇରା ଓ ଔପଦା ବ୍ଲକ ସମେତ ଦୈନିକ ବହୁ ଜନସାଧାରଣ ନିର୍ଭର କରିଥାନ୍ତି। ଉକ୍ତ ରାସ୍ତା ଦେଇ ରାଜ୍ଯର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍ ମଧ୍ଯ ଯାତାୟତ କରିଥାଏ। ଦୈନିକ ଶହଶହ ମାଲ ପରିବହନ ମଧ୍ଯ ହୋଇଥାଏ ମାଲବୁହା ଗାଡି ଦ୍ବାରା। ଅତ୍ଯଧିକ ଓଜନର ମାଲବାହୀ ଗାଡି ଯାତାୟାତ କରିବା ଦ୍ବାରା ରାସ୍ତାର ଢଳେଇ ଫାଟିବା ସହିତ ଏଭଳି ଗାଢ ସୃଷ୍ଟି ହୋଇଛି ଯେ ବିଭିନ୍ନ ସମୟରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦୁର୍ଘଟଣାରେ ପ୍ରାଣହାନୀ ଘଟୁଥିବାର ନଜିର ମଧ୍ଯ ଅଛି। ସେଥିମଧ୍ଯରୁ ଖଇରା ସେବାସମବାୟ ସମିତି ନିକଟରେ ସୃଷ୍ଟି ହୋଇଥିବା ଗାଢରେ ବର୍ଷା ସମୟରେ ବର୍ଷା ପାଣି ଜମି ରହିବା ଫଳରେ ଲୋକମାନେ ଜାଣିନପାରି ପଡିଯାଇ ମେଡିକାଲ ଧରୁଛନ୍ତି। ସେହିପରି ସାରକୋଣା ଗାଁ ଠାରେ ମଧ୍ଯ ଢଳେଇରେ ଫାଟ ଓ ଗାଢ ସୃଷ୍ଟି ହେବା ଫଳରେ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ଯ କେହି କର୍ଣ୍ଣପାତ କରୁ ନଥିବାରୁ ଶେଷରେ ବାଧ୍ଯ ହୋଇ ନିର୍ମାଣ ଓ ମରାମତି କଥା ଗଣମାଧ୍ୟମକୁ ଜଣାଇଛନ୍ତି। ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଯାଇ ରାସ୍ତାର ଅବସ୍ଥା ଦେଖିଥିଲେ। ଦୀର୍ଘଦିନ ହେଲା ଏହି ଖାବରା ରାସ୍ତା ପ୍ରତି କେହି ଦୃଷ୍ଟି ଦେଉ ନଥିବାରୁ ଜନସାଧାରଣ ରାସ୍ତା ରୋକ ପାଇଁ ଅଣ୍ଟା ଭିଡୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ଠାରୁ ଜଣାଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ଯ ସମ୍ଭବ ହୋଇପାରି ନାହିଁ। ସରକାରଙ୍କର ଗାଁ କୁ କାମ ମାଆକୁ ସମ୍ମାନ ଏହି ରାସ୍ତାରେ ସମ୍ପୂର୍ଣ୍ଣ ଫେଲ ମାରିଛି। ତୁରନ୍ତ ଯଦି ମରାମତି ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.