ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ଫତେପୁର ଗ୍ରାମରେ ଶନିବାର ଏସ.ଜି. ଫାଉଣ୍ଡେସନ୍ ଓ ରିଲାୟନ୍ସ ଫାଉଣ୍ଡେସନ୍ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ, ଏମବିକେ ଓ ଗ୍ରାମବାସୀମାନେ ଏଥିରେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଭଦ୍ରକ ମହିଳା କଲେଜର ପୂର୍ବତନ ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ଼. ରାଧାରାଣୀ ମହାପାତ୍ର ଯୋଗଦେଇ ମହିଳାମାନଙ୍କ ଅଧିକାର, ସଶକ୍ତିକରଣ ଓ ସମାଜରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ୱାନ୍ ଷ୍ଟପ୍ ସେଂଟରର ଆଡମିନିଷ୍ଟ୍ରେଟର ପୁଷ୍ପାଞ୍ଜଳି ବେହେରା ଓ ଶକ୍ତି ସଦନର କର୍ମଚାରୀ ଲିପ୍ସା ନାୟକ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା, ଆଇନ ସହାୟତା ଓ ସରକାରୀ ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସାମ୍ବାଦିକ ସନ୍ତୋଷ କୁମାର ଦାସ, ରତିକାନ୍ତ ନାୟକ, ରିଲାୟନ୍ସ ଫାଉଣ୍ଡେସନ୍?ର ଡିପିଏମ ଦିଲୀପ କୁମାର ପ୍ରଧାନ ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ଓ ସମୂହ ଉନ୍ନତିରେ ସ୍ୱୟଂସହାୟକ ଗୋଷ୍ଠୀର ଭୂମିକା ବିଷୟରେ ଅଲୋଚନା କରିଥିଲେ। ଏସ.ଜି. ଫାଉଣ୍ଡେସନ୍ର ପ୍ରୋଗ୍ରାମ୍ ମ୍ୟାନେଜର ସାଇସ୍ମିତା ସାମଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ମହିଳା ସଶକ୍ତିକରଣ ପାଇଁ ସଂସ୍ଥା ପକ୍ଷରୁ ହେଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିବା ବେଳେ ଏସ.ଜି. ଫାଉଣ୍ଡେସନ୍?ର ପ୍ରୋଗ୍ରାମ୍ ଅଫିସର କାମନାରାଣି ଗିରି, ଚକାବନ ମୁନା, ଲକ୍ଷ୍ମୀଧର ମଲ୍ଲିକ ଓ ଚନ୍ଦନ କୁଅଁର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମହିଳା ଅଧିକାର, ଶିକ୍ଷା, ସୁରକ୍ଷା ଓ ସମାଜରେ ମହିଳାଙ୍କ ସମାନ ଅଧିକାର ବିଷୟରେ ଆଲୋଚନା ହୋଇଥିଲା ।








