Home ଜିଲ୍ଲା ପରିକ୍ରମା ଫଟୋ ଆଣ୍ଡ ଭିଡିଓ ଆସୋସିଏସନ୍ ତରଫରୁ ରକ୍ତ ଦାନ

ଫଟୋ ଆଣ୍ଡ ଭିଡିଓ ଆସୋସିଏସନ୍ ତରଫରୁ ରକ୍ତ ଦାନ

19

ପୁରୀ, ୯/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଫଟୋ ଆଣ୍ଡ ଭିଡିଓ ଟ୍ରେଡର୍ସ ଆସୋସିଏସନ୍, ପୁରୀ ତରଫରୁ ବୁଧବାରଦିନ ଦିନ ଟାଉନ୍ ହଲ୍ (ପୌର ସଦନ) ଲବି ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ଶିବିରକୁ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସ୍ବାଇଁ ଓ ସରକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ୍ କୁମାର ବେହେରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ ଏବଂ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହ କରିବା ସହିତ ସଂଘର ଏହି ମହତ୍ତ୍ଵ କାର୍ଯ୍ୟକୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ମହାନ୍ତି, ଉପ ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ଦଳାଇ, ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସହ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ସୁବୁଦ୍ଧି, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁକାନ୍ତ କୁମାର ସାହୁ ଉପସ୍ଥିତ ରହି ସଭ୍ୟମାନଙ୍କୁ ଉତ୍ସାହିତ କରିବା ସହ ଶିବିରର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂଘର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ଶ୍ରୀ ଚରଣ ମହାନ୍ତି, ଶ୍ରୀଯୁକ୍ତ ଆଶିଷ କୁମାର କୁଣ୍ଡୁ, ଶ୍ରୀଯୁକ୍ତ ସୁଦ୍ଦିପ୍ତ କୁମାର ମିଶ୍ର, ଶ୍ରୀଯୁକ୍ତ ଦୁଃଶାସନ ମହାନ୍ତି, ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନନ୍ଦ, ଶ୍ରୀଯୁକ୍ତ ସୁଧାକର ନାୟକ ଉପସ୍ଥିତ ରହିବା ସହିତ ରକ୍ତ ଦାତା ମାନଙ୍କ ର ମଙ୍ଗଳ କାମନା କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ ରକ୍ତ ଦାନ କାର୍ଯ୍ୟକ୍ରମ ରେ ସଂଘ ତରଫରୁ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରକ୍ତ କେନ୍ଦ୍ର ଅଧିକାରୀ ଶ୍ରୀଯୁକ୍ତ ଡ. ଦୀପକ ସାହୁ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଝାଡ଼ଖଣ୍ଡ ଫଟୋଗ୍ରାଫି ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ବାପି ଘୋଷାଲ ମଧ୍ୟ ରକ୍ତ ଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.