Home ଜିଲ୍ଲା ପରିକ୍ରମା ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦିବ୍ୟଙ୍ଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା...

ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦିବ୍ୟଙ୍ଗତ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ରଦାନ

34

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୧୨ ତାରିଖରେ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦିବ୍ୟାଙ୍ଗତ ବି. ଇଡି.ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏ ମ୍‌ଏସ୍ ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସୌମ୍ୟାଶ୍ରୀ ଉଚ୍ଚ ଶିକ୍ଷା ପାଇଁ ସୁଦୂର ଭୋଗରାଇ ଅଂଚଳରୁ ଆସି ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବି. ଇଡିରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ମହିଳା ଓ ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣର ମାଷ୍ଟର ଟ୍ରେନର ଥିଲେ। ମାତ୍ର ଏଭଳି ଦକ୍ଷ ପ୍ରତିଭାର ବିୟୋଗରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୨୦ଲକ୍ଷ ଟଙ୍କାର ଅର୍ଥ ରାଶିର ଏକ ଚେକ୍ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶୋକକସନ୍ତପ୍ତ ପରିବାରଙ୍କୁ ଭେଟି ପ୍ରଦାନ କରିବା ସମୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ସମେତ ଉପଜିଲ୍ଲାପାଳ ବାଲେଶ୍ୱର ଏବଂ ତହସିଲଦାର ଭୋଗରାଇ ଓ ସ୍ଥାନୀୟ ନେତୃବର୍ଗ ଗ୍ରାମବାସୀ ଉପସ୍ଥିତ ଥିଲେ। ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ କ୍ରସରୁ ୨୫,ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଶୋକାଭିଭୂତ ପରିବାରଙ୍କୁ ନେତୃମଣ୍ଡଳୀ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.