Home ଜିଲ୍ଲା ପରିକ୍ରମା ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଏଆଇଡିଏସଓ ପକ୍ଷରୁ...

ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

17

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ ଘଟିଯାଇଥିବା ଛାତ୍ରୀ ଆତ୍ମାହୁତି ଘଟଣାର ବିଚାରବିଭାଗୀୟ ତଦନ୍ତ କରି ଚିହ୍ନଟ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଦାବିରେ ଆଜି ଏଆଇଡିଏସଓ ଭଦ୍ରକ ୟୁନିଟ୍ ପକ୍ଷରୁ ଭଦ୍ରକ ମହାବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀ ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ଅଫିସ୍ ଯାଇ ସେଠାରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପୋଲିସ ଡିଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଛାତ୍ର ନେତା ସୁମନ କୁମାର ବେହେରା, ଶିବାନନ୍ଦ ପାଢି, ପ୍ରଭୁଦତ ଜେନା ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.