Home କେନ୍ଦୁଝର ପଢ଼ିଆରିପଲ୍ଲୀ ହାଇସ୍କୁଲରେ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଢ଼ିଆରିପଲ୍ଲୀ ହାଇସ୍କୁଲରେ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

35

ହାଟଡ଼ିହି, ୨୫ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଦୀର୍ଘ ୧୮ମାସ ପରେ ଆଜି ଅଷ୍ଟମ ଶ୍ରେଣୀ ଖୋଲାଯିବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ହାଟଡିହି ବ୍ଳକ ପଢ଼ିଆରିପଲ୍ଲୀ ହାଇସ୍କୁଲରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କରାଯାଇଛି । ଛାତ୍ରଛାତ୍ରୀମାନେ ସ୍କୁଲକୁ ପସିବାବେଳେ ତାପମାନ ଯନ୍ତ୍ର ସେମାନଙ୍କ ଶରୀର ଉତ୍ତାପ ମପାଯିବା ସହ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ୭୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିନରେ ୪୯ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ । ପରେ ଏହି ଛାତ୍ରଛାତ୍ରୀଙ୍କ ସହିତ ଖୋଲା ଆଲୋଚନା, କୁଇଜ କମ୍ପିଟିସନ, ଷ୍ଟୁଡେଣ୍ଟସ କ୍ୟାବିନେଟ ଫରମେସନ, ଜୋକ୍‌ସ,ସଂଗୀତ, ଫ୍ୟାନସି ଡ୍ରେସ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ନାୟକଙ୍କ ତତ୍ୱାବଧାନରେ ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ଭାଗ୍ୟଶ୍ରୀ ବାରିକ, ଲିସାମୁଦ୍ରା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.