Home ଜିଲ୍ଲା ପରିକ୍ରମା ‘ପ୍ରେମ ପୃଥିବୀ’ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

‘ପ୍ରେମ ପୃଥିବୀ’ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ

5

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ‘ପ୍ରେମ ନଗର’ ଠାରେ ଓଡିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ପ୍ରେମ ପୃଥିବୀ’ର ବାର୍ଷିକ ଉତ୍ସବ ଆଗାମୀ ୧୬ ତାରିଖରେ ପାଳନର ଅବ୍ୟବହିତ ପୂର୍ବରୁ ଅନୁଷ୍ଠାନର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କର ଏକ ପ୍ରସ୍ତୁତି ବୈଠକ ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ‘ପ୍ରେମ ପୃଥିବୀ’ର ସଭାପତି, କଥାକାର ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ’ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ଆଗାମୀ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ସାମାନ୍ୟ ସୂଚନା ଦେଇଥିଲେ। କାର୍ଯ୍ୟକାରିଣୀ ସଭ୍ୟ/ସଭ୍ୟା ସର୍ବଶ୍ରୀ ଡ. ବାସୁଦେବ ବାରିକ୍‌, ରାମଚନ୍ଦ୍ର ମହାନ୍ତି, ମୁକ୍ତିକାନ୍ତ ମହାପାତ୍ର, ଯୋଗ୍ୟଶ୍ରୀ ସାମଲ, ଚୂଡାମଣି ଦାସ, ବୈକୁଣ୍ଠ ବିଶ୍ୱାଳ, ଅବିନାଶ ପଣ୍ଡା, ଚୈତାଳି ଖିଲାର, ପ୍ରଶାନ୍ତ କୁମାର ଦେ, କିଶୋର ପାଣିଗ୍ରାହୀ, ଗୁରୁପ୍ରସାଦ ପଣ୍ଡା, ଜୟ ଜଗନ୍ନାଥ ମଲ୍ଲିକ ପ୍ରମୁଖ ନିଜନିଜର ମତାମତ ଏବଂ ପରାମର୍ଶ ଉପସ୍ଥାପନ କରିବା ପରେ କାର୍ଯ୍ୟକ୍ରମକୁ ସୁନିୟନ୍ତ୍ରିତ ଓ ସଫଳ କରିବା ପାଇଁ ସଭାପତି ଓ ସଂପାଦକ ସଦସ୍ୟମାନଙ୍କୁ ବିଭିନ୍ନ କାର୍ଯ୍ୟଭାର ଅର୍ପଣ କରିଛନ୍ତି। ଚଳିତ ବର୍ଷର ଉତ୍ସବରେ ବର୍ଷିଆନ ଅନୁବାଦକ, କବି ଶ୍ରୀନିବାସ ଉଦ୍ଗାତାଙ୍କୁ ‘ପରମ ପ୍ରେମମୟ ପୁରୁଷ’, ଡ. ଅର୍ଚନା ନାୟକଙ୍କୁ ‘ପ୍ରେମ ପ୍ରକୃତି’, ଡ. ବୈଷ୍ଣବ ଚରଣ ସାମଲଙ୍କୁ ‘ପ୍ରେମ ପୁରୁଷ’ ଉପାଧି ସହ କବି ଅଚ୍ୟୁତାନନ୍ଦ ସାମଲ ଓ କିଶୋର ପାଣିଗ୍ରାହୀଙ୍କୁ ‘ ‘ପ୍ରେମ ପୃଥିବୀ କବିତା ସମ୍ମାନ’ ଏବଂ କଥାକାର ସରୋଜ ବଳଙ୍କୁ ‘ପ୍ରେମ ପୃଥିବୀ କଥା ସମ୍ମାନ’ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ବିଧିବଦ୍ଧ ଭାବେ ଘୋଷଣା କରିଛି। ପ୍ରକାଶ ଥାଉକି, ଏହି ଅନୁଷ୍ଠାନ ବହୁ ବର୍ଷଧରି ‘ପ୍ରେମ ପୃଥିବୀ’ ନାମରେ ଏକ ଷାଣ୍ମାଷିକ ସାହିତ୍ୟ ପତ୍ରିକା ପ୍ରକାଶ କରିବା ସହ ସାହିତ୍ୟର ବିଭିନ୍ନ ବିଭାବରେ ପାରଦର୍ଶିତା ଅର୍ଜନ କରିଥିବା କୃତୀ ସାରସ୍ୱତ ସାଧକମାନଙ୍କୁ ସମ୍ମାନିତ କରିଆସୁଛି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପ୍ରତିଭା ସମ୍ମାନ, ପତ୍ରିକାର ବାର୍ଷିକ ସଂଖ୍ୟା ଉନ୍ମୋଚନ ସହିତ ‘ପ୍ରେମ ପଖାଳ’ର ଆୟୋଜନ ସଂପୂର୍ଣ୍ଣ ନିଆରା ଓ ଖାଂଟି ଓଡିଶୀ ଢଙ୍ଗରେ କରିବାକୁ ଅନୁଷ୍ଠାନ ନିଷ୍ପତି ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.