ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏମିତି ଏକ ଘଟଣା ଯାହା କିଛି ଦିନ ହେବ ଭଦ୍ରକ ଜିଲ୍ଲାରେ ଚଂଚଲ୍ୟ ସୃଷ୍ଟି କରିଛି। ଡ଼ିଜି ଓ ମୁଖ୍ୟମନ୍ତ୍ରୀ ଙ୍କ ଆଦେଶ କାଟ ଖାଇବା ପରେ ଘଟଣା ରେ ଅନ୍ୟ ଜିଲ୍ଲା ର ପୋଲିସ୍ ଅଭିଯୁକ୍ତ କୁ ଧରିଛି । ଭଦ୍ରକ ଜିଲ୍ଲା ରେ ପୋଲିସ ଥାନା ରୁ ଏସପି ଙ୍କ ନିକଟ କୁ ୬ ମାସ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଝାରସୁଗୁଡ଼ା ପୋଲିସ ଯେମିତି ନ୍ୟାୟ ଦେଇଛି । ଆଉ ଏବେ ଅଭିଯୁକ୍ତ ଙ୍କୁ ଝାରସୁଗୁଡ଼ା ପୋଲିସ ଠାରୁ ଆଣି ଯେମିତି ବାହା ବାହା ନେବାକୁ ପ୍ରୟାସ ଆରମ୍ଭ କରିଛି ଭଦ୍ରକ ପୋଲିସ । ପ୍ରେମ କରି ବିବାହ କଲେ । ପୁଅ ହେବା ପରେ ସ୍ୱାମୀ ଘର୍କୁ ବନ୍ଧା ପକାଇ ପଳାଇ ଆସିଲା ନିଜ ଗାଁ କୁ। ପ୍ରତାରକ ସ୍ୱାମୀ ଙ୍କୁ ପାଇବା ପାଇଁ ଭଦ୍ରକ ଜିଲ୍ଲା ବନ୍ତ ଥାନା ରେ ଏତଲା ଦେଲେ ସ୍ତ୍ରୀ । ବନ୍ତ ଥାନା ପୁଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଖୋଜିଲା ନାହିଁ । ଥାନା ରୁ ଭଦ୍ରକ ଏସପି , ପରେ ଡ଼ିଜି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଗୁହାରି କଲେ । ଶେଷ ରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥାନା ରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରତାରିତ ସ୍ତ୍ରୀ । ଅହମଦାବାଦ ରୁ ଆସି ଭଦ୍ରକ ରେ ଦୀର୍ଘ ଦିନ ହେବ ସ୍ୱାମୀ ଙ୍କୁ ଖୋଜୁଥିଲେ । କମ୍ପାନୀ ରେ କାମ ବେଳେ ପ୍ରେମ ହେଲା , ବିବାହ କଲେ । ନିଜେ ସ୍ୱାବଲମ୍ବୀ ହେବା ପାଇଁ ସ୍ତ୍ରୀ ଓ ତାଙ୍କ ପରିବାର ଲୋକ ଙ୍କ ଘର୍ କୁ ବନ୍ଧକ ରଖି ପର୍ଯ୍ୟାୟ କ୍ରମେ ପ୍ରାୟ ୫ କୋଟି ଟଙ୍କା ଆଣିଲେ । ଶେଷ ରେ ସ୍ତ୍ରୀ ଓ ପୁଅ କୁ ଛାଡ଼ି ଫେରାର ହୋଇଗଲେ ସ୍ୱାମୀ । ଛୋଟ ପୁଅ କୁ ଧରି ଅହମଦାବାଦ ରୁ ଆସି ସ୍ୱାମୀ ଙ୍କୁ ଭଦ୍ରକ ଜିଲ୍ଲା ବନ୍ତ ରେ ଖୋଜୁଥିଲେ । ବନ୍ତ ପୋଲିସ ଠାରୁ ପୋଲିସ ଡିଜି ପୁଣି ଗାଁ ରୁ ମୂଖ୍ୟମନ୍ତ୍ରୀ ଙ୍କ ପାଖରେ ପହଂଚିଥିଲେ କିନ୍ତୁ ଫଳ ଶୂନ । ଛୁଆ କୁ ଧରି ବାର ଦୁଆର ସୁଣ୍ଡି ପିଣ୍ଡା ହେଉଥିଲେ ହିରଲ ମୋଦି । କୋଟି କୋଟି ଟଙ୍କା ଠକି ଫେରାର ହେଲେ ସ୍ୱାମୀ। ସ୍ୱାମୀ ଙ୍କୁ ଖୋଜି ଖୋଜି ଶଶୁର ଘରେ ପହଂଚିବା ପରେ ମଧ୍ୟ ସ୍ୱାମୀ ଙ୍କର ଖୋଜ ଖବର ପାଇନଥିଲେ । ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଂଚଳ ର ନିରଲ ମୋଦୀ ଙ୍କୁ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧୀନ ନରସିଂହପୁର ଅଂଚଳ ର ମନୋଜ ନାୟକ ପ୍ରେମ ବିବାହ କରିଥିଲେ । ମନୋଜ ଓ ହୀରଲ ଦୁହେଁ ଏକ ଆଇଟି କମ୍ପାନୀ ରେ କାମ କରୁଥିବା ବେଳେ ପ୍ରେମ ପରେ ବିବାହ କରିଥିଲେ । ମନୋଜ ଓ ହୀରଲ ଙ୍କ ର ଗୋଟେ ଦୁଇ ବର୍ଷ ର ପୁଅ ଅଛି । ହୀରଲ ଏକ ରେଙ୍କୱେ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଆଇଟି କମ୍ପାନୀ ଥିଲା । ମନୋଜ ସେଠୁ ବ୍ୟାଙ୍କ ରେ ବନ୍ଧକ ରଖି ଲୋନ ଆଣିଥିଲେ । କମ୍ପାନୀ ଏବେ ବନ୍ଦ ହେଇଗଲାଣି । ରହୁଥିବା ଘର କୁ ବନ୍ଧା ରଖି ଟଙ୍କା ଆଣିବାରୁ ବ୍ୟାଙ୍କ ଏବେ ଘର ନିଲାମ କରିବାକୁ ବସିଲାଣି । ମନୋଜ ଗାଁ ରେ ବ୍ୟବସାୟ କରୁଥିବା କହି ନିରଲ ଙ୍କ ବାପା ମା ଙ୍କ ଠୁ କୋଟି କୋଟି ଟଙ୍କା ଆଣି ଏବେ ଫେରାର ଅଛନ୍ତି । କିନ୍ତୁ ପୋଲିସ ଦୀର୍ଘ ଦିନ ହେବ କୌଣସି ଅଭିଯୋଗ ଶୁଣୁ ନଥିବାରୁ ଥାନା ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣା ପରେ ହୀରଲ ଙ୍କ ଗୁଜୁରାଟ ସ୍ଥିତ ଘର ନିଲାମ ପାଇଁ ବ୍ୟାଙ୍କ୍ ନୋଟିସ ଲାଗିଲା । ଡ଼ିଜି ପୋଲିସ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟ ରେ ଗୁହାରି ପରେ ମଧ୍ୟ ଭଦ୍ରକ ପୋଲିସ ନିଘୋଡ଼ ନିଦ ରେ ଯେମିତି ଶୋଇଥିଲା । ଶେଷ ରେ ଭଦ୍ରକ ରୁ ଯାଇ ଝାରସୁଗୁଡ଼ା ଏସପି ଙ୍କ ନିକଟ ରେ ଗୁହାରି କଲେ ହିରଲ । ଝାରସୁଗୁଡ଼ା ଏସପି ଙ୍କ ନିର୍ଦ୍ଦେଶ ରେ ଜିରୋ ଏଫ ଆଈ ଆର ବଳ ରେ ସ୍ୱତନ୍ତ୍ର ଟିମ ମୋବାଇଲ୍ ଟ୍ରାକ କରି ଘଟଣା ର ଅଭିଯୁକ୍ତ କୁହାଯାଉଥିବା ମନୋଜ ଓ ତାଙ୍କ ଭାଇ କୁ ବାଙ୍ଗାଲୋର ରୁ ଗିରଫ କରି ବନ୍ତ ପୋଲିସ କୁ ହସ୍ତାନ୍ତର କରିଛି । କିନ୍ତୁ ଏହି ଘଟଣା କୁ ଯେମିତି ଘୋଡାଇବାକୁ ଯାଇ ବାହାନା କରୁଛି ଭଦ୍ରକ ପୋଲିସ । ପୋଲିସ୍ କହୁଚି ଆମେ ଏମିତି ବହୁ ଥର ବାହାର ଜିଲ୍ଲା ଓ ରାଜ୍ୟ ର ଅଭିଯୁକ୍ତ ଙ୍କୁ ଧରିଛୁ । କିନ୍ତୁ ଏଠି ପ୍ରଶ୍ନ ଉଠିଛି ଯେ ଝାରସୁଗୁଡ଼ା ପୋଲିସ ଯେମିତି ମୋବାଇଲ୍ ଟ୍ରାକ କରି ଅଭିଯୁକ୍ତ କୁ ଧରିଲା , ସେମିତି ଭଦ୍ରକ ପୋଲିସ୍ କରିଲା ନାହିଁ କଣ ପାଇଁ ! ପ୍ରାୟ ୬ ମାସ ଧରି ମହିଳା ଙ୍କୁ କଣ ମାନସିକ ନିର୍ଯାତନା ଦେଇ ନାହିଁ କି ପୋଲିସ ! ଅଭିଯୁକ୍ତ କୁ ବଂଚାଇବା ପାଇଁ ପୋଲିସ ଅଧିକାରୀ କେହି ଚେଷ୍ଟା କରିଥିଲେ କି ! ମହିଳା ଙ୍କୁ ନ୍ୟାୟ ତ ପର କଥା , ଡ଼ିଜି ଓ ମୂଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ବେଖାତିର କଲା କିଏ ! ଭଦ୍ରକ ଏସପି ଘଟଣା କୁ ଗୁରୁତର ସହ ନେବେ କି ! ଭଦ୍ରକ ପୋଲିସ ର ଏହି କାର୍ଯ୍ୟ ରାଜ୍ୟ ବାହାରେ ଜିଲ୍ଲା ଓ ଓଡ଼ିଶା ପୋଲିସ କୁ ନିନ୍ଦିତ କରିବ ନାହିଁ କି! ମହିଳା ଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ କାମ କରୁଛି ମହିଳା ସେଲ । କିନ୍ତୁ ରାଜ୍ୟ ବାହାର ର ମହିଳା ଙ୍କୁ ସୁରକ୍ଷା ନ ଦେଇ ଭଦ୍ରକ ପୋଲିସ ଯେଉଁ କାର୍ଯ୍ୟ କରିଛି , ତାହା ସବୁଠି ଏବେ ନିନ୍ଦିତ କାମ ବୋଲି ଚର୍ଚ୍ଚା ହେଉଛି ।
Home ଜିଲ୍ଲା ପରିକ୍ରମା ପ୍ରେମ ଓ ପ୍ରତାରଣା ଷ୍ଟୋରିରେ ନୀରବ ରହିଲା ଭଦ୍ରକ ପୁଲିସ୍, ଆକ୍ସନ ନେଲା ଝାରସୁଗୁଡ଼ା ପୁଲିସ୍