Home Top News ପ୍ରେମିକା ସହ ସାଙ୍ଗର ପ୍ରେମ ସମ୍ପର୍କ ସ୍ଥାପନ ସନ୍ଦେହରେ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ...

ପ୍ରେମିକା ସହ ସାଙ୍ଗର ପ୍ରେମ ସମ୍ପର୍କ ସ୍ଥାପନ ସନ୍ଦେହରେ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ – ତିନି ଗିରଫ

194

ବଲାଙ୍ଗୀର/ରାୟଗଡା, ୩୧/୫ (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗଲି ଗାଁ ନିକଟ ଘୋଡା ନାଳ ଚେକ ଡେମ ନିକଟ ବାଲିପଟାରେ କଲ୍ୟାଣସିଂହପୁର ପୁଲିସ ଏକ ମୃତ ଶରୀର ଠାବ କରିଛି। ଘଟଣାରୁ ପ୍ରକାଶଯେ ତ୍ରୀକୋଣିଆ ପ୍ରେମକୁ ନେଇ ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ପ୍ରେମ ଆଗରେ ତୁଚ୍ଛ ହୋଇଗଲା ସାଙ୍ଗ। ପ୍ରେମୀକାକୁ ନିଜର କରିବାପାଇଁ ସାଙ୍ଗ ନେଇଛି ସାଙ୍ଗର ଜୀବନ। ଅତ୍ୟଧିକ ମଦ ପିଆଇ ବେହୋସ କରିବା ପରେ ତଣ୍ଟିଚିପି ହତ୍ୟା କରି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟ ଘୋଡା ନାଳର ଚେକଡେମ ବାଲି ପଟାରେ ପୋତି ଦେଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମୃତ ଯୁବକର ଭାଇ କହିବା ଅନୁଯାୟୀ ରୁମାନ ବଗର୍ଭି ଓ ଉମାକାନ୍ତ କାଣ୍ଡ ଦୁହେଁ ପୁର୍ବରୁ ସାଙ୍ଗସାଥି ହୋଇ ବୁଲାଚଲା କରୁଥିଲେ। ରୁମାନ ବଗର୍ଭି ଏକ ଝିଅକୁ ଭଲପାଇ ଆସୁଥିଲା। ଉକ୍ତ ଝିଅ ଉମାକାନ୍ତ ସହ କଥା ହଉଥିବା ଦେଖି ରୁମାନ ସେଇ ଝିଅକୁ ମାରପିଟ କରିବା ସହ କାଳେ ଉମାକାନ୍ତ ସହ ପ୍ରେମ ସମ୍ପର୍କ ରଖିଥିବା ସନ୍ଦେହ କରି ଉମାକାନ୍ତକୁ କେମିତି ହଟାଇବ ଏହାର ଏକ ବ୍ଲୁ ପ୍ରିଣ୍ଟ ପୁର୍ବରୁ କରିସାରିଥିଲା। ଗତ ମେ ମାସ ୨ ତାରିଖରେ ରୁମାନ ନିଜ ନାନୀ ଘରକୁ ରାୟଗଡା ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତକୁ ରାୟଗଡାକୁ ଟିକଟ କରି ଆସିବାକୁ ୩ ତାରିଖରେ ଫୋନ କରି କହିବାରୁ ଉମାକାନ୍ତ ୪ ତାରିଖ ଦିନ ନିଜ ପରିବାରକୁ କହି ରାୟଗଡା ଆସିଥିଲା। ଏହା ପୁର୍ବରୁ ରୁମାନ ଚାନ୍ଦିଲି ଗାଁର ନିଜ ବଡମାର ପୁଅ ପ୍ରଶାନ୍ତ ବଗର୍ଭି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ପୁର୍ବ ପ୍ରସୁତି କରି ଉମାକାନ୍ତକୁ ହତ୍ୟା କରିବାକୁ ରଖିଥିଲା। ଉମାକାନ୍ତ ରାୟଗଡା ଆସିବା ପରେ ଭୋଜିକରି ଖାଇବା କହି ଏହି ଚାରିଜଣ ମିଶି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗଲି ଗାଁ ନିକଟ ଘୋଡ ନାଳର ଚେକଡେମକୁ ଆସିଥିଲେ। ଏଠାରେ ଭୋଜିକରିବା ସହ ମଦ୍ୟପାନ କରିଥିଲେ। ନିଶା ହେବାପରେ ଦୁଇ ସାଙ୍ଗ ରୁମାନ ଓ ଉମାକାନ୍ତ ସହ ବଚସା ହୋଇଥିଲା। ରୁମାନ ରାଗିଯାଇ ସାଙ୍ଗ ଉମାକାନ୍ତର ତଣ୍ଟି ଚିପି ଦେଇଥିଲା। ଏହି ହତ୍ୟା କରିବା ସମୟରେ ରୁମାନଙ୍କ ଦୁଇ ସାଙ୍ଗ ହତ୍ୟା କରିବା ସମୟରେ ସାହାଯ୍ୟ କରି ଚେକଡେମ ନିକଟ ବାଲିପଟାରେ ଗାତଖୋଳି ପୋତିବା ପରେ ମୃତ ଶରୀର ଉପରେ ଦୁଇଟି ବଡବଡ ପଥର ଲଦି ଦେଇ ବାଲି ଘୋଡାଇ ଦେଇ ଚାଲିଗଲେ। ମୁଖ୍ୟ ଅଭିଯୁକ୍ତ ରୁମାନ ନିଜ ଗାଁ ଟିଟିଲାଗଡ଼ର ସିରଭଟ୍ଟା ପଡାକୁ ଚାଲି ଆସିବାରୁ ମୃତ ଉମାକାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ଫୋନ କରିଥିଲେ କିନ୍ତୁ ଫୋନ ସୁଇଚ ଅପ ରହିଥିବାରୁ ଗତ ୧୧ ତାରିଖରେ ଏ ନେଇ ଟିଟିଲାଗଡ଼ ଥାନାରେ ନିକଜ ଏତଲା ଦେଇଥିଲେ। ପୁଲିସ ମୃତ ଯୁବକର ମୋବାଇଲ ନମ୍ବର କୁ ଟ୍ରାକିଂ କରିବାପରେ ଶେଷ ଲୋକେସନ ରାୟଗଡ ଜିଲାର ଥେରୁବୁାଲି ଦେଖାଇଥିଲା। ପୁଲିସ ମୋବାଇଲ ଟ୍ରାକିଂ ଆଧାରରେ ସନ୍ଦେହରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୁମାନ ବଗର୍ଭିକୁ ଟିଟିଲାଗଡ଼ରୁ ଉଠାଇବାପରେ ଘଟଣା ବିଷୟରେ କହିଥିଲା। କହିବାପରେ ହତ୍ୟାରେ ଜଡିତ ଥିବା ଚାନ୍ଦିଲି ଗାଁର ପ୍ରଶାନ୍ତ ବଗର୍ଭି ଓ ବିକାଶ ଭଟ୍ଟ କୁ ଉଠାଇବା ପରେ ଚାନ୍ଦିଲି ଥାନାକୁ ହସ୍ତାନ୍ତର କରିଥିଲା ଟିଟିଲାଗଡ଼ ପୁଲିସ। ଚାନ୍ଦିଲି ପୁଲିସ ଉକ୍ତ ଅଭିଯୁକ୍ତଙ୍କୁ ଆଣି ଥେରୁବାଲିର ଘଟଣା ବୋଲି ଥେରୁବାଲି ପୁଲିସ ଫାଣ୍ଡିକୁ ହସ୍ତାନ୍ତର କରିଥିଲେ। ଚାନ୍ଦିଲି ଓ ଥେରୁବାଲି ପୁଲିସ ମିଶି ଅଭିଯୁକ୍ତଙ୍କୁ ପଚରା ଉଚରା କରିବାପରେ ଅଭିଯୁକ୍ତ ମାନେ ଉମାକାନ୍ତକୁ ହତ୍ୟା କରି ଏକ ମାଲଗାଡିରେ ପକାଇଦେଇଥିବା କହିଥିଲେ। କିନ୍ତୁ ଲକଡାଉନ ସମୟରେ କୌଣସି ରେଳ ଚଳାଚଳ ହେଉନି ବୋଲି ଧମକା ଧମକି କରି ପଚାରିବାରୁ ସତ୍ୟ ଘଟଣା କହିଥିଲେ। ଗତ ୩୦ ତାରିଖରେ ପୁଣି ଘଟଣାଟି ସତ୍ୟ ନାହିଁ ଭାବି ଅଭିଯୁକ୍ତ ମାନଙ୍କୁ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚିବାରୁ ହତ୍ୟା କରିଥିବା ଅଭିଯୁକ୍ତ ମାନେ ପୋତି ଥିବା ଜାଗାକୁ ଦେଖାଇଥିଲେ। ହତ୍ୟା ହୋଇଥିବା ଜାଗାଟି କଲ୍ୟାଣସିଂହପୁର ପୋଲିସ ଅଧିନରେ ଯାଉଥିବାରୁ କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକମା ହଂସଦାକୁ ହସ୍ତାନ୍ତର କରିଥିଲେ। ଆଜି ଥାନା ଅଧିକାରୀ ସୁକମା ହଂସଦା, ମାଜିଷ୍ଟେଟ ଦାଇତ୍ବରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ରାୟଗଡା ଆଡିସନାଲ ଏସପି ଦିବ୍ୟଜ୍ୟୋତି ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିବା ଅଭିଯୁକ୍ତ ରୁମାନର ଶବ ବାହାର କରିବାକୁ କହିଥିଲେ। ଅଭିୟୁକ୍ତ ପୋତି ଥିବା ଶବକୁ ବାହର କରିଥିଲା। ଘଟଣା ସ୍ଥଳରେ ମୃତ ପରିବାର ପହଁଞ୍ଚିବା ପରେ ପୁଲିସ ଶବ ଜବତ କରି କୋରାପୁଟ ପଠାଯିବ ବୋଲି ପୁଲିସ ସୁଚନା ଦେଇଛି। ଏହାକୁ ନେଇ ଏକ ମାମଲା ରୁଜୁକରି କେସ ନଂ ୫୨/୨୧ ଦଫା ୩୦୨, ୨୦୧, ୩୪ ଆପିସିରେ ମାମଲା ରୁଜୁ କରାଯାଇଛି। ମୃତ ଯୁବକର ଘର‌ଟିଟିଲାଗଡ଼ର ଦେବନପଡା ବୋଲି ଜଣାପଡିଛି। ତିନି ଅଭିଯୁକ୍ତକୁ ଥାନାରେ ରଖି ଅଧିକ ତଦନ୍ତ ଚଲାଉଥିବା ଆଡିସନାଲ ଏସପି ଦିବ୍ୟଜ୍ୟୋତି ମିଶ୍ର ସୂଚନା ଦେଇଛନ୍ତି।ଏହାପରେ ତିନି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁକମା ହଂସଦା କହଛନ୍ତି। ସୂଚନା ଯୋଗ୍ୟ ଯେ ଉକ୍ତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରୋମାନ ବଗର୍ତ୍ତି ବଡି ବିଲ୍ଡିଂଗ ପାଇଁ ସିଲଭର ମେଡଲ ପାଇ ମିଷ୍ଟର ଓଡିଶା ଭାବେ ସରକାରଙ୍କ ଠାରୁ ପୁରସ୍କୃତ ହୋଇ ଓଡିଶା ସ୍ତରରେ ୨୦୧୯ ମସିହାରେ ଓଡ଼ିଶା ପାଇଁ ବେଶ ପରିଚିତ ହୋଇପାରିଥିଲେ। ସେ ମିଷ୍ଟର ଇଣ୍ଡିଆ ଭାବେ ପୁରସ୍କୃତ ହୋଇ ଗୋଲଡ଼ ମ୍ୟାଡେଲ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ତେବେ ସବିଶେଷ ବିବରଣୀ ସହ ଏହି ଘଟଣା ରେ ଆଉ କିଏ ସମୃକ୍ତ ରହିଛି କି ? ସେ ନେଇ ଅଧିକ ତଥ୍ୟ ଲୋକ ଲୋଚନ କୁ ଆସିବା ନେଇ ପୋଲିସ ଅନୁସନ୍ଧାନ ଚଳାଇଥିବା ପ୍ରକାଶ କରିଥିବା ବେଳେ ଉକ୍ତ ଅଭିଯୁକ୍ତ ଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ମୃତ ଉମାକାନ୍ତଙ୍କ ପରିବାର ଲୋକେ ଆମ ନିକଟରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.