ଭଦ୍ରକ, ୧୬ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରହାଟ ଥାନା ଗୋବିନ୍ଦପୁର ପଂଚାୟତ ଅଧୀନ ପଇତିପୁର ଗ୍ରାମର ଅମୂଲ ଦାସ ନାମକ ଜଣେ ପ୍ରେମିକଙ୍କ ଘର ସାମ୍ନାରୁ ଝୁଲନ୍ତା ଅବସ୍ଥାରେ ପୁଲିସ ପ୍ରେମିକା ଗାୟତ୍ରୀ ଦାସ (୨୨)ର ମୃତଦେହକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତା ଗାୟତ୍ରୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହୋଇଛି। ପ୍ରେମିକା ଗାୟତ୍ରୀକୁ ପ୍ରେମିକ ଅମୂଲ୍ୟ ଦାସ ଓ ତାଙ୍କ ବଡ଼ଭାଇ ବିଜୟ ଦାସ ସ୍ୱାଶରୁଦ୍ଧ କରି ହତ୍ୟା କରିଥିବା ଘଟଣା ପଦାକୁ ଆସିବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏ ନେଇ ୨୩/୨୫ରେ ଏକ ହତ୍ୟା ମାମଲା ରୁଜୁ କରି ପ୍ରେମିକ ଅମୂଲ୍ୟ ଓ ବଡ଼ଭାଇ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ବାରସର ପଂଚାୟତ ଅଧୀନ ସାପକାତିଆ ଗ୍ରାମର ଗାୟତ୍ରୀ ଦାସଙ୍କ ସହିତ ପଇତିପୁର ଗ୍ରାମର ଅମୂଲ୍ୟଙ୍କର ପ୍ରେମ ସମ୍ପର୍କ ଥିଲେ। ତେବେ ଗତମାସ ୩ତାରିଖ ସନ୍ଧ୍ୟାରେ ଗାୟତ୍ରୀ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ବି ଗାୟତ୍ରୀର ସନ୍ଧାନ ପାଇ ନଥିଲେ। ପରଦିନ ସକାଳେ ଗାୟତ୍ରୀଙ୍କ ମୃତଦେହ ପ୍ରେମିକ ଅମୂଲ୍ୟଙ୍କ ଘର ସାମ୍ନାରେ ଓଢ଼ଣୀ ଲଗାଯାଇ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଗାୟତ୍ରୀଙ୍କ ବାପା ନିରଂଜନ ଦାସ ଜାଣିବା ପରେ ତାଙ୍କ ଝିଅକୁ ମାରି ଝୁଲାଇ ଦିଆଯାଇଥିବା ନେଇ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୀରହାଟ ଥାନା ଆଇଆଇସି ଅଜୟ କୁମାର ମୁର୍ମୁ ତଦନ୍ତ କରୁଥିବା ବେଳେ ଏସଆଇ ସୁପ୍ରକାଶ ମହାନ୍ତି ତାଙ୍କୁ ତଦନ୍ତରେ ସହଯୋଗ କରୁଛନ୍ତି।
Home ଜିଲ୍ଲା ପରିକ୍ରମା ପ୍ରେମିକଙ୍କ ଘର ସାମ୍ନାରୁ ପ୍ରେମିକାର ଝୁଲନ୍ତା ମୃତଦେହ ଜବତ ଘଟଣା, ଶବ ବ୍ୟବଚ୍ଛେଦ ପରେ ପର୍ଦ୍ଧାଫାସ...