Home ଜିଲ୍ଲା ପରିକ୍ରମା ପ୍ରେମାନନ୍ଦ ଦାସ ବାବାଜୀଙ୍କ ପ୍ରଥମ ସ୍ମରଣ ଉତ୍ସବ

ପ୍ରେମାନନ୍ଦ ଦାସ ବାବାଜୀଙ୍କ ପ୍ରଥମ ସ୍ମରଣ ଉତ୍ସବ

7

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମାନନ୍ଦ ଦାସ ବାବାଜୀ (ପରିବା ବାବା)ଙ୍କ ପ୍ରଥମ ସ୍ମରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜାଗୁଳା ରେଡକ୍ରସ ଠାରୁ ବ୍ରାହ୍ମମୂହୁର୍ତରୁ ଏକ ବିଶାଳ କୀର୍ତନ ଶୋଭାଯାତ୍ରା ରେ ଶତାଧିକ ଭକ୍ତଭକ୍ତା ସାମିଲ ହୋଇ ଜାଗୁଳା ପଂଚାୟତରୁ ବାହାରି ଧାମରା ଏବଂ ନରସିଂହପୁର ହୋଇ ଏହା ଜାଗୁଳା ରେଡକ୍ରସ ଠାରେ ପହଂଚିଥିଲା। ପରେ ଅଷ୍ଟପ୍ରହରୀ ନାମଯଞ ଆରମ୍ଭ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ସ୍ୱର୍ଗତ ପ୍ରେମାନନ୍ଦ ଦାସ ବାବାଜୀ ମହାରାଜ ପୁରୀର ଝାଞ୍ଜିପିଟା ମଠ ସହ ଓତୋପ୍ରୋତ ଭାବେ ଜଡିତ ଥିବା ବେଳେ ଧାମରା,ଚାନ୍ଦବାଲି. ଘଂଟେଶ୍ୱର ,ତିହିଡି ଅଂଚଳରେ ଜଣେ ଘରେ ଘରେ ପରିଚିତ ସାଧୁ ଥିଲେ। ଗତ ନଭେମ୍ବର ୧୫ ତାରିଖରେ ତାଙ୍କର ସ୍ୱର୍ଗାବାସ ହୋଇଥିବା ବେଳେ ତାଙ୍କର ନାମକୁ ସ୍ମରଣ ରଖିବା ପାଇଁ ଅଂଚଳର ଭକ୍ତଭକ୍ତା ମାନଙ୍କ ତର‘ରୁ ଆଜି ଏହି ସ୍ମରଣ ଉତ୍ସବ ପାଳନ କରିଛନ୍ତି। ଏହି ଉପଲକ୍ଷେ ନାମଯଜ୍ଞ ଚାଲୁଥିବା ବେଳେ ବହୁ ସାଧୁସନ୍ଥ ମାନେ ଆସି ଯୋଗ ଦେଇଥିଲେ। ଆଜିର ଏହି ନାମଯଜ୍ଞରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଆଜିର ଏହି ସ୍ମରଣ ଉତ୍ସବରେ ଜାଗୁଳା ତଥା ଧାମରା ପଂଚାୟତର ବହୁ ଭକ୍ତଭକ୍ତା ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.