Home ଜିଲ୍ଲା ପରିକ୍ରମା ପ୍ରେମର ରହସ୍ୟାନ୍ୱେଷଣ କେବେବେି ସରେନାହି, ପ୍ରେମପୃଥିବୀ ଓ ଟାଇମ ପାସ୍‌ର ପୁସ୍ତକ ପର୍ବ

ପ୍ରେମର ରହସ୍ୟାନ୍ୱେଷଣ କେବେବେି ସରେନାହି, ପ୍ରେମପୃଥିବୀ ଓ ଟାଇମ ପାସ୍‌ର ପୁସ୍ତକ ପର୍ବ

11

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରେମ ମରେ ନାହିଁ କି ସରେ ନାହିଁ। ଏହା ଏକ ତ୍ୟାଗପୂତ ପ୍ରାର୍ଥନା। ଜୀବନ ଓ ମୃତ୍ୟୁ ପରି ଜୀବନର ଅନ୍ୟତମ ବିଭବ। ପ୍ରେମର ରହସ୍ୟ ଅନ୍ୱେଷଣ ଯୁଗ ଯୁଗ ଧରି ଚାଲିଥିଲେ ବି ତାର ଶେଷ ହୋଇନାହିଁ କି କେବେ ବି ସରିବ ନାହିଁ ବୋଲି କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଙ୍କଳିତ ପୁସ୍ତକ ‘ପ୍ରେମରେ ପ୍ରେମରେ ହାସ୍ୟ’ ଓ ‘ପ୍ରେମ ଭାସ୍କର୍ଯ୍ୟର ଭବ୍ୟ ଭଗ୍ନାଂଶ’ର ପାଠକାର୍ପଣ ଉତ୍ସବରେ ମତପ୍ରକାଶ ପାଇଛିି। ପ୍ରେମର ଭାସ୍କର୍ଯକୁ ହାସ୍ୟ ପ୍ରାଣୋଛନ୍ଦକରିଥାଏ ବୋଲି ଅତିଥି ମାନେ ବକ୍ତବ୍ୟରେ କହିଛନ୍ତି। ଭଦ୍ରକ ଆରଡ଼ିଛକ ସ୍ଥିତ ପ୍ରେମନଗରରେ ପ୍ରେମ ପୃଥିବୀ ପରିବାର ଓ ଟାଇମପାସ୍ ଦ୍ୱାରା ଆୟୋଜିତ ଏହି ପୁସ୍ତକ ପର୍ବରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ପ୍ରକାଶକ ସରୋଜ ବଳ ସଂଚାଳନ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ପ୍ରାବନ୍ଧିକ ପ୍ରଫେସର ବାସୁଦେବ ବାରିକ ଯୋଗ ଦେଇ ପ୍ରେମ ବିନା ପୃଥିବୀ ସମ୍ଭବ ନୁହେଁ। ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି କେବଳ ବହିରେ ଲେଖା ଅଛି। ବାସ୍ତବରେ ଏହା ସମ୍ଭବ ନୁହେଁ। ପ୍ରେମ ଅଢ଼େଇ ଦିନ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ କଥାକାର ପ୍ରକାଶ ମହାପାତ୍ର, ଅନ୍ୟତମ ଅତିଥି ପ୍ରାବନ୍ଧିକ ଡ. ଅଭୟ ଦାସ, କବି କିଶୋର ପାଣିଗ୍ରାହୀ ଯୋଗ ଦେଇ ଲୋକାର୍ପିତ ୨ ପୁସ୍ତକର ବିଶ୍ଲେଷଣ କରିଥିଲେ। ପୁସ୍ତକର ସଂକଳକ ପଣ୍ଡା ପ୍ରେମର ବାଖ୍ୟା ଅସୀମିତ ବୋଲି ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପୁସ୍ତକଦ୍ୱୟର ପାଠକାର୍ପଣ ହୋଇଥିଲା। ମାନସୀଙ୍କ ପ୍ରାରମ୍ଭିକ ସଙ୍ଗୀତ ଓ ମୁଖ୍ୟବକ୍ତା ମହାପାତ୍ରଙ୍କ ବଂଶୀବାଦନ ଏକ ପ୍ରେମମୟ ପରିବେଶ ସୃଷ୍ଟି କରିଥିଲା। ଶିକ୍ଷାବିତ୍ ଶରତ ନାୟକ ସ୍ୱାଗତ ଭାଷଣ, କବି ସଂଯୁକ୍ତା ବଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚୈତାଳି ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅବିନାଶ ପଣ୍ଡା, ଅନ୍ନପୂର୍ଣ୍ଣା ପଣ୍ଡା, ସଂଗ୍ରାମ ସେନାପତି, ଅନନ୍ୟା ପଣ୍ଡା, ଅମିତାଭ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.