Home ଜିଲ୍ଲା ପରିକ୍ରମା ପ୍ରେମରେ ବିଫଳ ହେବାରୁ ପ୍ରେମିକାର ଘର ଜାଳିଦେଲା ହତାଶ ପ୍ରେମିକ

ପ୍ରେମରେ ବିଫଳ ହେବାରୁ ପ୍ରେମିକାର ଘର ଜାଳିଦେଲା ହତାଶ ପ୍ରେମିକ

14

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଲ ପାଇ ପୁଣି ପ୍ରତାରଣା ହୁଏ ତେବେ ଏମିତି ନିଆଁ ଲାଗେ ।ପ୍ରଥମେ ବିବାହର ଧମକ ପରେ ମୃତ୍ୟୁର ଧମକ ।ଶେଷରେ ପ୍ରେମିକାର ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ନେଇ ଥାନାରେ ପ୍ରେମିକା ଦ୍ୱାରସ୍ଥ ହୋଇଛନ୍ତି।ଏମିତି ଏକ ଘଟଣା ଘଟିଛି ଧାମନଗର ଅଂଚଳରେ।ଧାମନଗର ଥାନା ଚୁଡାକୁଟି ପଂଚାୟତ ବିଦ୍ୟାଧରପୁର ଗ୍ରାମର ରମେଶ ଦାସଙ୍କ ପୁଅ ଜ୍ୟୋତି ରଞ୍ଜନ ଦାସ (୨୮) ସେହି ଥାନା ଅଧିନ ଆନନ୍ଦପୁର ପଂଚାୟତ ଗୋପାଳ ସାହିର ଜୈନିକା ଯୁବତୀଙ୍କୁ ଭଲପାଇ ଆସୁଥିଲା । ପ୍ରେମିକ ଜ୍ୟୋତି ରଞ୍ଜନ ଯୁବତୀଙ୍କୁ ବାରମ୍ବାର ଦେଖା କରିବା ପାଇଁ ବାଧ୍ୟ କରିବା ସହ ବିବାହ ପାଇଁ ଜିଦି ଧରି ବସିଥିଲେ । ପ୍ରେମିକା ବିବାହ ପାଇଁ ରାଜି ନହେବାରୁ ଉଭୟଙ୍କ ଅନ୍ତରଂଗ ମୁହୂର୍ତ ଫଟୋ ଭାଇରାଲ କରିବା ସହ ଜଣ ଜଣକୁ ହରେଇବାର ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ ।କେବଳ ସେତିକି ନୁହେଁ ଦୁଇ ଦୁଇ ଥର ଉକ୍ତ ପ୍ରେମିକ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଫଳରେ ୫ ବଖରା ଘର ଜଳି ଯିବା ସହ ସମସ୍ତ ସୁନା ଗହଣା, ଆସବାବପତ୍ର ,ଚାଉଳ ଓ ସମସ୍ତ ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି।ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଧାମନଗର ପୋଲିସ ଘଟଣାର ତଦନ୍ତ କରୁଛି ।ସେପଟେ ଯୁବତୀଙ୍କ ଅଭିଯୋଗ ପରେ ପ୍ରେମିକ ଫେରାର ହୋଯାଇଛନ୍ତି ।ତୁରନ୍ତ ପୋଲିସ ଉକ୍ତ ଯୁବକକୁ ଗିରଫ ପାଇଁ ଯୁବତୀ ଓ ପରିବାର ଲୋକେ ଦାବି କରିଛନ୍ତି । ନଚେତ ପରବର୍ତୀ ସମୟରେ ସେ କିଛିବି ଅଘଟଣ ଘଟାଇ ପାରେ ବୋଲି ଯୁବତୀ କହିଛନ୍ତି ।ତେବେ ଧାମନଗର ପୋଲିସ କେସ ନମ୍ବର ୫୪୩/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.