Home Top News ପ୍ରେମରେ ଫାଟ: ପ୍ରତିଶୋଧ ଭାଇରାଲ, ବଏ ଫ୍ରେଣ୍ଡର ୨୩ ଲକ୍ଷ ଟଙ୍କାର ବାଇକ୍ ନିଆଁ ଲଗାଇ...

ପ୍ରେମରେ ଫାଟ: ପ୍ରତିଶୋଧ ଭାଇରାଲ, ବଏ ଫ୍ରେଣ୍ଡର ୨୩ ଲକ୍ଷ ଟଙ୍କାର ବାଇକ୍ ନିଆଁ ଲଗାଇ ଦେଲା ପ୍ରେମିକା

147

ନୂଆଦିଲ୍ଲୀ ଜୁନ୍ ୨୮ (ଓଡିଆ ପୁଅ) ପୂର୍ବତନ ପ୍ରେମିକଙ୍କ ୨୩ ଲକ୍ଷ ଟଙ୍କା ବାଇକରେ ନିଆଁ ଲଗାଇଦେଲେ ପ୍ରେମିକା। କେବଳ ପ୍ରତିଶୋଧ ନେବାକୁ ନିଆଁ ଲଗାଇ ଦେଲା।

ସମ୍ପର୍କ ଏକ ମଧୁର ବ୍ୟାପାର, କିନ୍ତୁ ବ୍ରେକ୍ ଅପ୍ ପରେ ଏହା ପ୍ରତିଶୋଧ ନେବାକୁ ମଧ୍ୟ ପଛାଉନାହାଁନ୍ତି କେତେ ଲୋକ। ଯେତେବେଳେ କିଛି ଲୋକ ଅତ୍ୟଧିକ ବିରୋଧି ହୋଇଯାଆନ୍ତି, ସେତେବେଳେ ସେମାନେ ଅକଳ୍ପନୀୟ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ।

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏକ ଭିଡିଓରେ, ଆମେ ଜଣେ ମହିଳା ତାଙ୍କ ପୂର୍ବତନ ପ୍ରେମିକର ବାଇକକୁ ନିଆଁରେ ପୋଡୁଥିବାର ଦେଖିବାକୁ ମିଳିଛି। ଏହାର କାରଣ ପ୍ରେମିକ ଆଉ ପ୍ରେମିକା ସହିତ ସମୟ ବିତାଇବାକୁ ଚାହୁଁ ନାହିଁ। ତାଙ୍କ ମଧ୍ୟରେ ବ୍ରେକ ଅପ୍ ହୋଇଯାଇଛି। ତେବେ ଥାଇଲ୍ୟାଣ୍ଡର ଜଣେ ୩୬ ବର୍ଷୀୟା ମହିଳାଙ୍କ କାର୍ଯ୍ୟ ପାର୍କିଂର ସିସିଟିଭି କ୍ୟାମେରାରେ ଧରାପଡ଼ିଛି

ଲୋକମାନେ ପ୍ରେମରେ ସବୁ ପ୍ରକାର କାର୍ଯ୍ୟ କରନ୍ତି, କିନ୍ତୁ ସମସ୍ତ କାର୍ଯ୍ୟ ଯଥାର୍ଥ ନୁହେଁ। ଏହି ପରି ଏକ ଭିଡ଼ିଓରେ ଜଣେ ପ୍ରେମିକ ତା ପ୍ରେମିକାଙ୍କ ବିବାହରେ ଯୋଗଦେବା ପାଇଁ ବର ବେଶ ପରିଧାନ କରିଥିଲେ। ଭିଡିଓ ଭାଇରାଲ ହୋଇଥିଲା। ବର୍ତ୍ତମାନ, ଥାଇଲ୍ୟାଣ୍ଡରେ ଜଣେ ମହିଳା ନିଜର ପ୍ରେମିକକୁ ଉପହାର ଦେଇଥିବା ଦାମୀ ବାଇକ୍ ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା।

ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଲୋକ ଆହତ ହୋଇନାହାଁନ୍ତି। କିନ୍ତୁ ମୋଟରସାଇକେଲ ପରିସରରେ ପାର୍କିଂ ହୋଇଥିବା ଅନ୍ୟ ୬ ଟି ବାଇକ୍ ମଧ୍ୟ ଜଳିଯାଇଛି। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିବା ଭିଡିଓ ୟୁଟ୍ୟୁବରେ ସେୟାର କରାଯାଇଛି। ପୋଲିସର ସୂଚନାନୁସାରେ, ମହିଳା ଜଣକ ଏକାଠି ଥିବାବେଳେ ଉପହାର ସ୍ୱରୂପ ତାଙ୍କ ପୂର୍ବତନ ପ୍ରେମିକ ପାଇଁ ୨୩ ଲକ୍ଷ ଟଙ୍କା ଟ୍ରାଇମ୍ଫ ମୋଟରସାଇକେଲ କିଣିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ଏବଂ ମହିଳା ଜଣକ ଅଗ୍ନିକାଣ୍ଡ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.