Home ଓଡ଼ିଶା ପ୍ରେକ୍ଷାଳୟରେ ଧୂମ ମଚାଉଛି ‘ମିଶନ ମଙ୍ଗଳ’

ପ୍ରେକ୍ଷାଳୟରେ ଧୂମ ମଚାଉଛି ‘ମିଶନ ମଙ୍ଗଳ’

214

ମୁମ୍ବାଇ,୨୧/୦୮,(ଓଡ଼ିଆ ପୁଅ/ ପି ନାଏକ): ବକ୍ସ ଅଫିସରେ ଏବେ  ଧମାଲ କରୁଛି ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମିଶନ ମଙ୍ଗଲ’। ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଏହି ଫିଲ୍ମ କେବଳ ୫ ଦିନରେ ହିଁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିପାରିଛି। ବକ୍ସ ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ ମୁତାବକ ‘ମିଶନ ମଙ୍ଗଲ’ ଚତୁର୍ଥ ଦିନ ଅର୍ଥାତ୍‌ ୱିକେଣ୍ଡ ସୁଦ୍ଧା ୯୭.୫୬ କୋଟି ଟଙ୍କା ଆୟ କରିଥିଲା।

ପଞ୍ଚମ ଦିନରେ ୮.୫୦ ରୁ ୮.୭୫ କୋଟି ଟଙ୍କା କଲେକ୍ସନ କରିଛି। ତେବେ ଏହି ହିସାବରେ ବର୍ତ୍ତମାନ ଫିଲ୍ମ ୧୦୪.୫ କୋଟି ଟଙ୍କା ଆୟ ସହ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି। ଏଥି ସହ ଏହି ଫିଲ୍ମଟି ଚଳିତ ବର୍ଷର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.