Home ଓଡ଼ିଶା ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ; କୋରାପୁଟ ଲୋକସଭା ଆସନରେ ୭ ପ୍ରତିଦ୍ୱନ୍ଦୀ ନିର୍ବାଚନ ମଇଦାନରେ ରହିଲେ

ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ; କୋରାପୁଟ ଲୋକସଭା ଆସନରେ ୭ ପ୍ରତିଦ୍ୱନ୍ଦୀ ନିର୍ବାଚନ ମଇଦାନରେ ରହିଲେ

271

କୋରାପୁଟ ୨୮-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ଏପ୍ରିଲ୧୧ ତାରିଖରେ ହେବାକୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିଲା କିନ୍ତୁ କୋରାପୁଟ ଲୋକସଭା ଆସନରୁ କେହି ହେଲେ ବି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନ ଥିବାରୁ ୭ ଜଣ ପ୍ରତିଦ୍ୱନ୍ଦୀ ଏବେ ନିର୍ବାଚନ ମଇଦାନରେ ରହିଥିବା ଜିଲ୍ଲା ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି। କଂଗ୍ରେସର ସପ୍ତଗିରୀ ଉଲ୍ଲାକା, ବିଜୁ ଜନତା ଦଳ ପ୍ରାର୍ଥିନୀ କୌଶଲ୍ୟା ହିକକା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟରାମ ପାଙ୍ଗି, ସିପିଆଇ(ଏମଏଲ)ଲିବେରେସନର ଦାମୋଦର ଶବର, ଏପିଆଇର ବନମାଳି ମାଝି, ବହୁଜନ ସମାଜ ପାର୍ଟିର ଭାସ୍କର ମୁଟ୍ଟୁକା ଏବଂ ସିପିଆଇ(ଏମଏଲ)ରେଡଷ୍ଟାର ରାଜେନ୍ଦ୍ର କେଣ୍ଡ୍ରୁକା ପ୍ରମୁଖ ପ୍ରାର୍ଥୀ ଏବେ ସାଧାରଣ ନିର୍ବାଚନ ମଇଦାନରେ ରହିଥିବା ଜଣାପଡିଛି। କୋରାପୁଟ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଥିବା ବିପଦଭଞ୍ଜନ ଦାସ ଓ ପୂର୍ଣ୍ଣଚନ୍ଦ୍ର ପାଙ୍ଗୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବାରୁ ଏବେ ମଇଦାନରେ ୮ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ରଘୁରାମ ପଡାଲ, କଂଗ୍ରେସର କୃଷ୍ଣଚନ୍ଦ୍ର କୁଳଦୀପ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତ୍ରିପୁରାରୀ ଗରଡା, ବହୁଜନ ସମାଜ ପାର୍ଟିର ଭାଗରିଥୀ ପାଟନିଆ, ଏସୟୁସିଆଇର ରାମ ବାରିକ, ସ୍ୱାଧୀନ ଭାବେ ଖଗପତି ଖୋସ୍ଲା, ଧନୁର୍ଜୟ ହନ୍ତାଳ ଓ ନବ କିଶୋର ବାଘ।ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ଆସନରୁ କେହି ହେଲେ ବି ପ୍ରାର୍ଥୀପତ୍ର ପ୍ରାତ୍ୟାହାର କରି ନ ଥିଲେ।ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଥିବା ଜଣାପଡିଛି।ସେମାନେ ହେଲେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ, ବିଜେଡିର ପିତମ ପାଢୀ, ଭାଜପାର ରାମଚନ୍ଦ୍ର ପାଙ୍ଗି, ବହୁଜନ ସମାଜ ପାର୍ଟିର ମୂରଲୀଧର ଗୁଣ୍ଠା, ସ୍ୱାଧୀନ ପ୍ରାର୍ଥୀ କୃଷ୍ଣ ଜାନୀ ଓ ଚୈତନ୍ୟ ନନ୍ଦିବାଲି। ଲକ୍ଷ୍ମିପୁର ବିଧାନସଭା ଆସନରେ ସମୁଦାୟ ୫ ଜଣ ପ୍ରାର୍ଥୀ /ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ରହିଛନ୍ତି।ସେମାନେ ହେଲେ କଂଗ୍ରେସ ପ୍ରାର୍ଥି କୈଳାଶ ଚନ୍ଦ୍ର କୁଲେଶିକା, ବିଜେଡିର ପ୍ରଭୂ ଜାନୀ, ବିଜେପି ପ୍ରାର୍ଥି କୁମୁଦ ସାଉନ୍ତା, ବିଏସପିରୁ ଅନୀତା ଭତ୍ରା, ସିପିଆଇ (ଏମଏଲ) ରେଡଷ୍ଟାର ପୂର୍ଣ ମାଣ୍ଡାଙ୍ଗି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.