Home ଓଡ଼ିଶା ପ୍ରାର୍ଥନା ସମୟରେ ତଳେ ପଡି ଛାତ୍ରର ମୃତ୍ୟୁ

ପ୍ରାର୍ଥନା ସମୟରେ ତଳେ ପଡି ଛାତ୍ରର ମୃତ୍ୟୁ

131

ରାୟଗଡ଼ା,୩୦/୭,(ପଙ୍କଜିନୀ/ନାୟକ):  ସ୍କୁଲରେ ପ୍ରାର୍ଥନା ଚାଲିଥିବା ସମୟରେ ଜଣେ ଛାତ୍ର ତଳେ ପଡିଯାଇ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ସେକ୍ରେଡ ହାର୍ଟ ସ୍କୁଲରେ ।

ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ସୁଭ୍ରାଂଶୁ ନାୟକ ହୋଇଥିବା ବେଳେ ସେ ଷଷ୍ଠ ଶ୍ରେଣୀରେ ପଢନ୍ତି । ଗତକାଲି ସକାଳେ ସାଢେ ୭ଟା ସମୟରେ ବର୍ଷା ଯୋଗୁଁ ଶ୍ରେଣୀଗୃହରେ ପ୍ରାର୍ଥନା ଚାଲିଥିବା ସମୟରେ ସୁଭ୍ରାଂଶୁ ହଠାତ୍ ତଳେ ପଡିଯାଇଥିଲେ ।

ପରେପରେ ତା ପାଟିରୁ ଲାଳ ବାହାରିବା ସହ ଦେହ ଥରୁ ଥିବା ଦେଖି  ସ୍କୁଲ କର୍ତ୍ତୃପକ୍ଷ ସୁଭ୍ରାଂଶୁଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.