Home ଜିଲ୍ଲା ପରିକ୍ରମା ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରାକୁ ଭଦ୍ରକରେ ସ୍ୱାଗତ

ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରାକୁ ଭଦ୍ରକରେ ସ୍ୱାଗତ

2

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକ ଲୋକ ଅଧିକାର ଯାତ୍ରା ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁରରୁ ଆରମ୍ଭ ହୋଇ ଜଗତସିଂପୁର, ଯାଯପୁର ଜିଲ୍ଲା ଅତିକ୍ରମ କରି ଭଦ୍ରକରେ ପହଂଚିଥିଲା । ଏହି ଅଭିଯାତ୍ରୀ ଦଳକୁ ଭଦ୍ରକବାସୀଙ୍କ ପକ୍ଷରୁ ଫୁଲ ତୋଡା ଦିଆଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅଭିଯାତ୍ରୀ ଦଳରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଳ ସାମନ୍ତରା , ଗଣ ଆନ୍ଦୋଳନର ନେତା ନରେନ୍ଦ୍ର ମହାନ୍ତି, ପଶ୍ଚିମ ଓଡିଶାର କୃଷକ ନେତା ଲିଙ୍ଗରାଜ ପ୍ରଧାନ , ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂପାଦକ ବିଶ୍ୱଜିତ୍ ରାୟ, ପରିବେଶ ନ୍ୟାୟ କେନ୍ଦ୍ର ସଂପାଦକ ସର୍ବେଶ୍ୱର ସାହୁ, ଆଦିବାସୀ ନେତା ସୁକାନ୍ତ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଭଦ୍ରକ ଜିଲ୍ଲାବାସୀଙ୍କ ପକ୍ଷରୁ ସିପିଆଇ(ଏମ୍‌) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, କଂଗ୍ରେସ ଦଳିତ ସେଲ ର ସଂପାଦକ ରାଜେନ୍ଦ୍ର ଯେନା, ଓଡିଶା ରାଜ୍ୟ ବାର୍ କାଉନସିଲ ର ପୂର୍ବତନ ସଭ୍ୟ ବରିଷ୍ଠ ଆଇନଜୀବି ପବନ ଶର୍ମା, ଗାନ୍ଧୀବାଦୀ ବୁଦ୍ଧିଜୀବି ସେକ୍ ଫାରୁକ, ବରିଷ୍ଠ ନାଗରିକ ମଂଚ ସଭାପତି ଲଲାଟେନ୍ଦୁ ମହାନ୍ତି, ରୋଟାରୀ କ୍ଲବ ସଭାପତି ନାସିର ବକ୍ସ , ସଂଖ୍ୟାଲଘୁ ସେଲ ର ସଂପାଦକ ସେକ୍ କଲାମ, ସେକ୍ ସବୀର ପ୍ରମୁଖ କଚେରୀ ବଜାର ଠାରେ ଉପସ୍ଥିତ ହୋଇ ଏହି ଯାଠାକୁ ସ୍ୱାଗତ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ପରିବେଶ ଆଇନକୁ ଯେଭଳି ଉଲଙ୍ଘନ କରାଯାଇ ଦେଶୀ ବିଦେଶୀ ବହୁଜାତୀୟ ପୁଞ୍ଜିପତି ମାନଙ୍କୁ ଆମ ଦେଶର ଜଙ୍ଗଲ,ସମୁଦ୍ର, ଖଣି, ନଦୀ, ଝରଣା ଆଦିକୁ ଯେଭଳି ବିକ୍ରିକରାଯାଉଛି , ତାହା ବିରୁଧରେ ଲଢେଇ କରିବାକୁ ଏକଜୁଟ ହେବାକୁ ଲୋକ ଅଧିକାର ଯାତ୍ରା ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.