Home Top News ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍’ ଓ କରୋନା ସମୟରେ ଓଡିଶାକୁ ମୋଦି ସରକାର ଦେଇଛନ୍ତି ୨ ହଜାର...

ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍’ ଓ କରୋନା ସମୟରେ ଓଡିଶାକୁ ମୋଦି ସରକାର ଦେଇଛନ୍ତି ୨ ହଜାର ୬୭୩.୪୦ କୋଟି ଟଙ୍କା-ଧର୍ମେନ୍ଦ୍ର ପ୍ରଧାନ

51

ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ୍ ସମୟରେ କେନ୍ଦ୍ରୀୟ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

– ଆଜି ପ୍ରଧାନମନ୍ତ୍ରୀ ୟଶ୍ ମୁକାବିଲା ପାଇଁ ଓଡ଼ିଶାକୁ ତତ୍କାଳୀନ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି
– ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ଆଧାରରେ ଉତମ ଭିତିଭୂମି ହିଁ ସ୍ଥାୟୀ ସମାଧାନ ହୋଇପାରିବ
– ଓଡିଶାର ଏହି ଦୀର୍ଘଦିନର ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦି ସରକାର ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ
– ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାରର ସହାୟତା ରାଶି
– ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ
– ଗ୍ରାମୀଣ ଆବାସ ଯୋଜନାରେ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ପାଇଁ ଅର୍ଥ ମଧ୍ୟ ବ୍ୟୟବରାଦ
– ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧୯୮ କୋଟି ଟଙ୍କାର ଅନୁଦାନ ରାଶି ଓଡ଼ିଶାର ଏସଡ଼ିଆରଏଫ୍ ପାଣ୍ଠିରେ ମହଜୁଦ ରହିଛି
– ଗତ ମଇ ୧ରେ କେନ୍ଦ୍ର ସରକାର ଏସଡ଼ିଆରଏଫ୍ ପାଣ୍ଠିକୁ ଅଗ୍ରୀମ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରିଥିଲେ
– ଏହି ରାଶି ଏସଡ଼ିଆରଏଫ୍ ପାଣ୍ଠିରେ ମିଶିବା ପରେ ରାଜ୍ୟ ସରକାରଙ୍କ ପାଖରେ ମୋଟ ୧୮୩୯.୬୦ କୋଟି ଟଙ୍କା ଉପଲବ୍ଧ ଅଛି
– ମଇ ୯ ତାରିଖରେ କୋଭିଡ଼ -୧୯ର ମୁକାବିଲା ପାଇଁ ଓଡିଶାକୁ ମିଳିଛି ୩୩୩.୮ କୋଟି ଟଙ୍କା

ଭୁବନେଶ୍ୱର, ମଇ ୨୮ (ଓଡିଆ ପୁଅ) – ପ୍ରାକୃତିକ ବିପର୍ଯ୍ୟୟ ‘ୟଶ୍’ ଏବଂ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତରେ ମୋଦି ସରକାର ଓଡ଼ିଶାକୁ ମୋଟ ୨ ହଜାର ୬୭୩.୪୦ କୋଟି ଟଙ୍କା ପ୍ରଦାନ କରିବା ସହ ଗ୍ରାମୀଣ ଆବାସ ଯୋଜନାରେ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏ ସମ୍ପର୍କରେ ବିସ୍ତୁତ ବିବରଣୀ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି। ବିଗତ ଦିନରେ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧୯୮ କୋଟି ଟଙ୍କାର ଅନୁଦାନ ରାଶି ଓଡ଼ିଶାର ଏସଡ଼ିଆରଏଫ୍ ପାଣ୍ଠିରେ ମହଜୁଦ ରହିଛି। ଗତ ମଇ ୧ରେ କେନ୍ଦ୍ର ସରକାର ଏସଡ଼ିଆରଏଫ୍ ପାଣ୍ଠିକୁ ଅଗ୍ରୀମ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ରାଶି ଏସଡ଼ିଆରଏଫ୍ ପାଣ୍ଠିରେ ମିଶିବା ପରେ ରାଜ୍ୟ ସରକାରଙ୍କ ପାଖରେ ମୋଟ ୧୮୩୯.୬୦ କୋଟି ଟଙ୍କା ଉପଲବ୍ଧ ଅଛି।

ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଆକାଶ ମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ ଓଡ଼ିଶାକୁ ତତ୍କଳୀନ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ବାତ୍ୟା ‘ୟଶ୍’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି।

ମଇ ୯ ତାରିଖରେ କୋଭିଡ଼ -୧୯ର ମୁକାବିଲା ତଥା ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ୩୩୩.୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଭଳି କରୋନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ଘଡ଼ିସନ୍ଧି ମୁହୂର୍ତରେ ମୋଦି ସରକାର ଓଡ଼ିଶାକୁ ମୋଟ ୨, ୬୭୩.୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ବାତ୍ୟାର ସ୍ଥାୟୀ ମୁକାବିଲା ପାଇଁ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ସବୁଠୁ ବଡ଼ ଭିତିଭୂମି। ଏହି ଆଧାରରେ ମଇ ୨୩ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାକୁ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟୟବରାଦ କରାଯାଇଛି।

ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ଆଧାରରେ ଉତମ ଭିତିଭୂମି ହିଁ ସ୍ଥାୟୀ ସମାଧାନ ହୋଇପାରିବ। ଓଡିଶାର ଏହି ଦୀର୍ଘଦିନର ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦି ସରକାର ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ନିଶ୍ଚିତ ଭାବରେ ଉଦ୍ୟମ କରିବେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.