Home ଜିଲ୍ଲା ପରିକ୍ରମା ପ୍ରସ୍ତୁତି ପଥେ ଟିକିରା-ଶ୍ରୀରାମପୁର ସାଳନ୍ଦୀ ସେତୁ

ପ୍ରସ୍ତୁତି ପଥେ ଟିକିରା-ଶ୍ରୀରାମପୁର ସାଳନ୍ଦୀ ସେତୁ

69

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆପ୍ରୋଚ ରୋଡ଼କୁ ନେଇ ପ୍ରଜାତନ୍ତ୍ରରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଇତିମଧ୍ୟରେ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିବା ସହ ପ୍ରସ୍ତୁତି ପଥେ ଟିକିରା-ଶ୍ରୀରାମପୁର ସାଳନ୍ଦୀ ସେତୁ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ନିର୍ମାଣକୁ ୬ବର୍ଷ ପୂରି ଯାଇଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିପାରୁନଥିବାରୁ ବିପଦ ସଙ୍ଗୁଳ ପରିସ୍ଥିତିରେ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ନଦୀ ପାର ହେଉ ଆସୁଥିଲେ । ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍କାଳିନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା । ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା । ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଆସୁଥିଲା । ଶ୍ରୀରାମପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ସମସ୍ୟା ସମାଧାନ ହୋଇ ଏହା ନିର୍ମାଣାଧିନ ଥିବାବେଳେ । ଟିକିରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନଥିଲା । ଯଦ୍ୱାରା ଏହା ସର୍ବସାଧାରଣ ରାସ୍ତା ସହିତ ସଂଯୋଗ କରାଯାଇ ପାରୁନଥିଲା । ବିଜୁ ସେତୁ ନିର୍ମାଣକୁ ୬ବର୍ଷ ପୂରିଯାଇଥିଲେ ସୁଦ୍ଧା ବିଜୁ ସେତୁ ସଂପୂର୍ଣ୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷଭାବ ପ୍ରକାଶ ପାଇଆସୁଥିଲା । ବର୍ତ୍ତମାନ ଏହା ପ୍ରସ୍ତୁତି ପଥରେ ଆଗେଇ ଚାଲିଥିବାରୁ ଉକ୍ତ ସେତୁ ଉପରେ ନିର୍ଭର କରୁଥିବା ଅଂଚଳବାସୀଙ୍କ ମଧ୍ୟରେ ଏକ ଆଶ୍ୱସ୍ତି ମନୋଭାବ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.