Home ଜିଲ୍ଲା ପରିକ୍ରମା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ସ୍ତରୀୟ ବାର୍ଷିକ ପାଠଚକ୍ର

ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଜିଲ୍ଲା ସ୍ତରୀୟ ବାର୍ଷିକ ପାଠଚକ୍ର

7

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡା ପରିସରରେ ୨ ଦିନିଆ ଜିଲ୍ଲା ସ୍ତରୀୟ ବାର୍ଷିକ ପାଠଚକ୍ର ଉଦଘାଟିତ ହୋଇଯାଇଛି । ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. କାର୍ତିକେଶ୍ୱର ରାଉଳ ସଭାକୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଆଗରପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ଯୋଗଦେଇ ଜୀବନ ହେଉଛି ସଂଘର୍ଷ, ସଂଘର୍ଷରୁ ଶିକ୍ଷା ପ୍ରାପ୍ତି ହୋଇଥିବା ବେଳେ ଏହି ଶିକ୍ଷା ଶ୍ରେଣୀ ଗୃହରେ ସୀମିତ ନହୋଇ ଖେଳ, ମୋବାଇଲ୍‌, ଟି.ଭି.ଆଦି ମାଧ୍ୟମରେ ପ୍ରାପ୍ତ ହେଉଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସହକାରୀ ଅଧ୍ୟାପକ ଡ.ରଞ୍ଜନ କୁମାର ରାଉତ ତାଙ୍କ ବକ୍ତବ୍ୟରେ ଶିକ୍ଷା ସ୍ଥିରିକୃତ ନୁହେଁ ,ପ୍ରତି ଅଭିଜ୍ଞତାରୁ ଶିକ୍ଷା ମିଳିଥାଏ ବୋଲି କହିବା ସହ ପ୍ରତ୍ୟେକ ସଂସ୍କୃତିର ନିଜସ୍ୱ ଜ୍ଞାନ କୌଶଳ ରହିଛି, ଭାରତୀୟ ସଂସ୍କୃତି କାଟିକି ଖାଇବା ନୁହେଁ ବରଂ ବାଂଟିକି ଖାଇବା । ଶିକ୍ଷଣ ପ୍ରକିୟାରେ କୌଣସି ସାଲିସ୍ ନକରି ବରଂ ଶିକ୍ଷାକୁ ବିଭିନ୍ନ ପଦ୍ଧତି ଓ ଜ୍ଞାନ କୌଶଳ ମାଧ୍ୟମରେ ପ୍ରଦାନ କଲେ ଶିକ୍ଷାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି ହେବା ସହ ପ୍ରତିଟି ଘଟଣା ଦୁର୍ଘଟଣା ଆମକୁ କ୍ଷମତାପନ୍ନ କରାଇ ଶିକ୍ଷା ଦେଇଥାଏ ବୋଲି କହିଥିଲେ । ସମ୍ମାନିତବକ୍ତା ଶିକ୍ଷା-ଗବେଷକ ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର ନିଜ ବକ୍ତବ୍ୟରେ ଶିକ୍ଷଣ ଓ ଶିକ୍ଷାର କେନ୍ଦ୍ର ବିନ୍ଦୁ ହେଉଛନ୍ତି ଅନୁଷ୍ଠାନର ଛାତ୍ରଛାତ୍ରୀ,ତେଣୁ ଛୋଟ ଛୋଟ ଭୁଲକୁ ସୁଧାରିଲେ ଶିକ୍ଷାର ମାନବୃଦ୍ଧି ହୋଇଥାଏ ମତପ୍ରକାଶ କରିଥିଲେ । ନୂଆଦିଲ୍ଳୀର କୁନାଲ୍ ପବ୍ଲିକେସନର ମୁଖ୍ୟ ପୁରୋଧା ପ୍ରେମସିଂ ବିଷ୍ଟ, ଭଦ୍ରକ ବ୍ଲକର ବରିଷ୍ଠ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ୍ ଶିକ୍ଷା ଚିରନ୍ତନ ଶିକ୍ଷାର ଶେଷ ନାହିଁ । ମୃତ୍ୟୁ ପର୍ଯ୍ୟନ୍ତ ଶିଖିବାକୁ ହୁଏ । ଶିକ୍ଷା କେବେ ଦୃଢିଭୂତ ନୁହେଁ ଶିକ୍ଷା ବ୍ୟବସ୍ଥାରେ ଉଭୟ ଶିକ୍ଷକ ଓ ଛାତ୍ର ପ୍ରତି ସମୟରେ ଦୋହଲିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବନ୍ତ ବ୍ଲକର ଶିକ୍ଷାଧକାରିଣୀ ଡକ୍ଟର ସୁକୀର୍ତି କର ଆତ୍ମ ଅନୁଶୀଳନ କରିବା ସହ ନୂତନ ପଦ୍ଧତିକୁ ଆପଣାଇ ଶିକ୍ଷାର ମାନକୁ ବୃଦ୍ଧି କରିବା ଆବଶ୍ୟକ ବୋଲି କହିଥିଲେ । ସହ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ବାସୁଦେବପୁର ବ୍ଲକର ସହ ଶିକ୍ଷାଧିକାରିଣୀ ଉର୍ମିଳା କର, ଚାନ୍ଦବାଲି ବ୍ଲକର ସହ ଶିକ୍ଷାଧିକାରିଣୀ ଅନିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପାଠଚକ୍ରର ମୁଖ୍ୟ ବିଷୟ ବସ୍ତୁ “ଛାତ୍ରଛାତ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାରେ ରୂପାନ୍ତର ଆଣିବା ପାଇଁ ଅଭିନବ ଶିକ୍ଷାଦାନ ପଦ୍ଧତି” ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ପାଠଚକ୍ରର ସଂଯୋଜକ ବରିଷ୍ଠ ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ ଓ ସହ ସଂଯୋଜକ ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଗୋଚ୍ଛାୟତ ସଭାକୁ ସଂଯୋଜନା କରିଥିଲେ । ପ୍ରାରମ୍ଭିକ ଉଦ୍‌ଘାଟନ ଅବସରରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡକ୍ଟର ପ୍ରଦୀପ କୁମାର ନାୟକ ବେଦପାଠ କରିଥିଲେ । ଅନୁଷ୍ଠାନର ଗୁରୁଛାତ୍ରୀ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ ଓ ଭଦ୍ରକ ବ୍ଲକର ଥୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଉତ୍କଳୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ପାଠଚକ୍ରରେ ଭଦ୍ରକ ଜିଲ୍ଲାରୁ ୫୦ ରୁ ଉର୍ଦ୍ଧ ଶିକ୍ଷକ- ଶିକ୍ଷୟିତ୍ରୀ ଓ ଗୁରୁଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରିୟାତ୍ମକ ଗବେଷଣା ସନ୍ଦର୍ଭପତ୍ର ପାଠ କରିଥିଲେ । ଅନୁଷ୍ଠାନର ସମସ୍ତ ବରିଷ୍ଠ ପ୍ରଶିକ୍ଷକ ପ୍ରଶିକ୍ଷକା ଭବାନୀ ଶଙ୍କର ଦାସ, ବିଜୟିନୀ ମହାପାତ୍ର, ରେଖା ମିଶ୍ର, ବିଜୟିନୀ ସ୍ୱାଇଁ, ତ୍ରିଲୋଚନ ମହାଳିକ, କିରଣ କୁମାର ପ୍ରଧାନ, ମଧୁସ୍ମିତା ତ୍ରିପାଠୀ,ପଦ୍ମିନୀ ବେହେରା, ତୃପ୍ତିମୟୀ ମିଶ୍ର, ରାଜୀବ କୁମାର କୁମାର ରାୟଗୁରୁ, ନାରାୟଣ ପ୍ରସାଦ ନାୟକ, ପ୍ରତାପ କୁମାର ପଣ୍ଡା, ଗଣେଶ ପ୍ରସାଦ ପାଣି, ମାନସ କୁମାର ସାହୁ ତଥା ପ୍ରତିଷ୍ଠାନର ସମସ୍ତ ଗୁରୁଛାତ୍ରଛାତ୍ରୀ ପ୍ରମୁଖ ପାଠଚକ୍ର ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଗବେଷଣାମୂଳକ ୩ ଗୋଟି ପୁସ୍ତକକୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡକ୍ଟର ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.