Home ଓଡ଼ିଶା ପ୍ରଶାସନ ର ଅପହଞ୍ଚ ଇଲାକା ବନ୍ଧମୁଣ୍ଡା ରେ କରୋନା ଟୀକା ପହଞ୍ଚିଲା

ପ୍ରଶାସନ ର ଅପହଞ୍ଚ ଇଲାକା ବନ୍ଧମୁଣ୍ଡା ରେ କରୋନା ଟୀକା ପହଞ୍ଚିଲା

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୬- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ସର୍ବବୃହତ ଗ୍ରାମ ପଞ୍ଚାୟତ ହେଉଛି ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ  । ଯାହା କି ସଂରକ୍ଷିତ ଘଞ୍ଚ ମାଳ ଜଙ୍ଗଲ ଭିତରେ ଅବସ୍ଥିତ  । ୨୪ ଗୋଟି ରାଜସ୍ୱ ମୈାଜା ୩ ଗୋଟି ପଡା ଗ୍ରାମ କୁ ନେଇ ଏହି ପଞ୍ଚାୟତ । ରଣପୁର ବ୍ଲକ ର ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଏବେବି ଅପହଞ୍ଚ । କରୋନା ଦ୍ୱିତୀୟ ଲହର ମୁକାବିଲା ପାଇଁ ଏହି ଗ୍ରାମ ପଞ୍ଚାୟତ ରେ ଟୀକା ପହଞ୍ଚି ପାରିନଥିଲା । ଦୈନିକ ଖବର ଓଡିଆ ପୁଅ ରେ ଏ ନେଇ ଖବର ପ୍ରକାଶନ ପରେ ପ୍ରଶାସନ ଦୃଷ୍ଟି କୁ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଆସିଥିଲା । ଯାହାଫଳ ରେ ଜୁନ ୨୨ ତାରିଖ ରେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ କରୋନା ପ୍ରତିଷେଧକ ଟୀକା ପହଞ୍ଚି ଥିଲା । ଟୀକା ପହଞ୍ଚିବା ପରେ ଦୈନିକ ଓଡିଆ ପୁଅ ର ମହାପ୍ରଭାବ ବୋଲି ମାଳ ଅଂଚଳବାସୀ କହୁଥିବା ଜଣାପଡିଛି ।

୧୮ ବର୍ଷ ରୁ ୪୪ ବର୍ଷ ମଧ୍ୟରେ ୫୮ ଜଣ ଯୁବକ ଯୁବତୀ ଟୀକା ଗ୍ରହଣ କରିଛନ୍ତି । ସେହିଭଳି ଭାବରେ ୪୫ ରୁ ୬୦ ବର୍ଷ ମଧ୍ୟରେ ଏବଂ ୬୦ ରୁ ଅଧିକ ବର୍ଷ ବୟସ୍କ ୪୧ ଜଣ ଟୀକା ଗ୍ରହଣ କରିଛନ୍ତି । ସମୁଦାୟ ୧୫୨ ଜଣ ହିତାଧିକାରୀ ଟୀକା ଗ୍ରହଣ କରିଛନ୍ତି । ଏହାଦ୍ୱାରା ପଞ୍ଚାୟତବାସୀ ଦୈନିକ ଓଡିଆ ପୁଅ ଖବର  କୁ କୃତଜ୍ଞତା ଜଣାଇଛନ୍ତି । ଏହି ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ର କାର୍ଯ୍ୟାଳୟ ଶଙ୍ଖଯୋଡି ଗ୍ରାମଠାରେ ରହିଅଛି । ଗ୍ରାମପଞ୍ଚାୟତ ମୁଖ୍ୟାଳୟ କୁ ଆସିବା ପାଇଁ ହେଲେ ଅନେକ ଗାଁ ରୁ ରାସ୍ତା ନାହିଁ । ଜଙ୍ଗଲ ପାହାଡ ଚଢି ଆସିବାକୁ ପଡିଥାଏ । ତା ସାଙ୍ଗକୁ ଦିନ ସାରା ବର୍ଷା ଲାଗି ରହିଥିବା ଶତ୍ୱେ ୧୫୨ ଜଣ ଟୀକା ନେଇଥିବା ବେଳେ ଅନେକ ଟୀକା କେନ୍ଦ୍ର କୁ ଆସି ପାରିନଥିଲେ । ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟାତ ରେ ଟୀକାକରଣ କୁ ବ୍ୟାପକ କରିବା ପାଇଁ ସରପଞ୍ଚ ଅଜୟ ପ୍ରଧାନ ଓ ଅନେକ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.