Home ଓଡ଼ିଶା ପ୍ରଶାସନିକ ଅବହେଳା ର ଶୀକାର ବଡବେତୁଲି ଗ୍ରାମବାସୀ ଏବେବି ପାହାଡ...

ପ୍ରଶାସନିକ ଅବହେଳା ର ଶୀକାର ବଡବେତୁଲି ଗ୍ରାମବାସୀ ଏବେବି ପାହାଡ ଚଢି ଗ୍ରାମକୁ ଜିବା ଆସିବା

41

ନୟାଗଡ/୧୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ସବୁ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ କେତକ ଗ୍ରାମ କୁ ପ୍ରଶାସନିକ ଅବହେଳା ଯୋଗୁଁ ରାସ୍ତା ହୋଇ ପାରିନାହିଁ । ଯାହା ଫଳରେ ଗ୍ରାମବାସୀ ମାନେ ଏବେବି ଜଙ୍ଗଲ ପାହାଡ ଚଢି ଗ୍ରାମକୁ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ସେଭଳି ଏକ ଗ୍ରାମ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ବଡବେତୁଲି ଗାଁ  ।  ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ପାହାଡ ଚଢି ଚଲା ବାଟରେ ଗଲେ ପ୍ରଧାନ ମନ୍ତ୍ରୀ ଯୋଜନା ସଡକ ରହିଅଛି । ସ୍କୁଲ ପିଲା ଠାରୁ ଆରମ୍ଭ କରି ବୁଢା ବୁଢୀ ପର୍ଯ୍ୟନ୍ତ ରୋଗ ବ୍ୟାଧିରେ ପଡିଲେ ଡାକ୍ତରଖାନା କୁ ଆଣିବାକୁ ଅସୁବିଧା ହୋଇଥାଏ । ସ୍ତ୍ରୀ ଲୋକମାନ ଙ୍କୁ ପ୍ରସୂତି ପାଇଁ ଆଣୀବାକୁ ହେଲେ ଏକ କିଲୋମିଟର ରାସ୍ତା ଦୋଳାରେ ଟେକି ଆଣିବାକୁ ପଡିଥାଏ । ଗ୍ରାମବାସୀ ମାନେ ବାରମ୍ବାର ଲିଖିତ ଭାବେ ଜଣାଇଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ । ବଡବେତୁଲି ଗ୍ରାମରେ ୮ ରୁ ୧୦ ଗୋଟି ପରିବାର ବାସ କରନ୍ତି । ଗ୍ରାମ କୁ ରାସ୍ତା ନିର୍ମାଣ କରିବାକୁ ହେଲେ ଜଙ୍ଗଲ ଜମି ରହିଅଛି ।

ତେଣୁ ଗ୍ରାମବାସୀ ମାନେ ଫରେଷ୍ଟ ରାଇଟ୍ ଆକ୍ଟ ବଳରେ ରାସ୍ତା ନିର୍ମାଣ ପାଇଁ ବନ୍ଧମୁଣ୍ଡା ପଞ୍ଚାୟତ ମାଧ୍ୟମରେ ରଣପୁର ବ୍ଲକ କୁ ପ୍ରାୟ ୧୦ମାସ ହେବ ଲିଖିତ ଆବେଦନ କରିଛନ୍ତି । ବ୍ଲକ କର୍ତ୍ତୁପକ୍ଷ ବନ ବିଭାଗ କୁ ଫରେଷ୍ଟ ରାଇଟ୍ ଆକ୍ଟ ରେ ଅନୁମତି ନେଲେ ଗ୍ରାମ କୁ ପକ୍କା ରାସ୍ତା ନିର୍ମାଣ ହୋଇ ପାରିବ । ଗ୍ରାମବାସୀ ଙ୍କ ଆବେଦନ ସର୍ମ୍ପକେ ରଣପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ପଟ୍ଟାୟତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଗ୍ରାମବାସୀ ଙ୍କ ରାସ୍ତା ପାଇଁ ଆବେଦନ ର କଣ କାର୍ଯ୍ୟକାରୀ ହୋଇଛି ତାହା ମୁଁ ପଚାରି ବୁଝିବି । ଏ ସର୍ମ୍ପକେ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରଣପୁର ବ୍ଲକ ତରଫରୁ ବଡବେତୁଲି ଗ୍ରାମକୁ ଫରେଷ୍ଟ ରାଇଟ୍ ଆକ୍ଟ ରେ ରାସ୍ତା ନିର୍ମାଣ ପାଇଁ କୈାଣସି  ଆବେଦନ ପହଂଚି ନାହିଁ । ଆଇନତଃ ଆବେଦନ ପହଂଚିଲେ ଅନୁମତି ପ୍ରଦାନ କରାଯିବ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବଡବେତୁଲି ଗ୍ରାମ କୁ ପକ୍କା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.