Home ଓଡ଼ିଶା ପ୍ରଶାସନର ଅବହେଳା, କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାର ଓଭରହେଡ୍ ପାଣି ଟାଙ୍କି

ପ୍ରଶାସନର ଅବହେଳା, କାମରେ ଲାଗୁନାହିଁ ଲକ୍ଷାଧିକ ଟଙ୍କାର ଓଭରହେଡ୍ ପାଣି ଟାଙ୍କି

74

ହରିଚନ୍ଦନପୁର,ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଧୁରୁଡିଆମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସରକାରଙ୍କ ଅନୁଦାନରୁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ବାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଓଭରହେଡ୍ ପାଣି ଟାଙ୍କି କାମରେ ଲାଗୁନାହିଁ, ଯାହାକୁ ନେଇ ଅନେକ ଆଦିବାସୀ ଲୋକ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ସରକାର ପ୍ରତ୍ୟେକ ଘରର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷାଧିକ ଟଙ୍କାର ବ୍ୟୟ ବରାଦରେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡ଼ିକ ପ୍ରଶାସନର ଅବହେଳା ଯୋଗୁଁ ଠିକ୍ ଭାବେ ରୂପାୟନ ହୋଇନଥିବାକୁ ନେଇ ସେହି ଯୋଜନା ଗୁଡ଼ିକ ଲୋକମାନଙ୍କ ପାଇଁ ପ୍ରହସନ ପାଲଟିଛି । ସୂଚନା ଅନୁଯାୟୀ ଧୁରୁଡିଆମ୍ବ ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି, ଯାହାକୁ ନେଇ ବିଭାଗୀୟ ଅଧିକାରୀ ଓ ଠିକାଦାର ସଲାସୁତୁରା ହୋଇ ମାଲେମାଲ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଅନେକ ଆଦିବାସୀ ଲୋକ ମୋୖଳିକ ସୁବିଧାରୁ ବଞ୍ଚିତ ହୋଇରହିଥିବା ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟ କଥା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗୋଟିଏ ଓଭରହେଡ୍ ପାଣି ଟାଙ୍କିଙ୍କୁ ପାଣି ଯୋଗାଇବା ପାଇଁ ତିନୋଟି ସ୍ଥାନ ଚୟନ କରାଯାଇଛି । ଗୋଟିଏ ସ୍ଥାନରେ ବୋରୱଲ୍ ଥିବା ବେଳେ ସେଠାରୁ ୫୦୦ମିଟର ଦୂରରେ ସୋଲାର୍ ସିଷ୍ଟମ୍ ଓ କଣ୍ଟ୍ରୋଲ ରୁମ୍ ନିର୍ମାଣ କରାଯାଇଛି । ଏଥିସହ ସେଠାରୁ ୬୦୦ମିଟର ଦୂରରେ ସରକାରଙ୍କ ଅନୁଦାନରୁ ପ୍ରାୟତଃ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୮୦ହଜାର ଲିଟରର ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି । ବୋରୱଲରୁ ଓଭରହେଡ୍ ପାଣି ଟାଙ୍କିର ଦୂରତା ୧ହଜାରରୁ ଉର୍ଦ୍ଧ୍ବ ମିଟର ହେଉଥିବାକୁ ନେଇ ଓଭରହେଡ୍ ପାଣି ଟାଙ୍କିକୁ ପାଣି ପହଁଞ୍ଚି ପାରୁନାହିଁ । କାରଣ ମଟରର କ୍ଷମତା ଠାରୁ ଅଧିକ ଦୂରରେ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇଛି ତେଣୁ ପାଣିର ପ୍ରେସର୍(ଚାପ) ରହୁନାହିଁ । ଯାହାକୁ ନେଇ ପାଣି ବୋରୱଲରୁ ଓଭରହେଡ୍ ଟାଙ୍କିକୁ ପହଁଞ୍ଚି ପାରୁନଥିବା ବର୍ତ୍ତମାନର ସରପଞ୍ଚ ରାଜେଶ୍ ଗାଗରାଇ ସୂଚନା ଦେଇଛନ୍ତି । ଯଦି ଯୋଜନା ଆରମ୍ଭରୁ ବିଭାଗ ପକ୍ଷରୁ ସଠିକ୍ ସ୍ଥାନ ଚୟନ କରାଯାଇ ଉକ୍ତ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଥାନ୍ତା । ଏବଂ ଗୋଟିଏ ସ୍ଥାନରେ ବୋରୱଲ୍, ସୋଲାର ସିଷ୍ଟମ୍, କଣ୍ଟ୍ରୋଲ ରୁମ୍ ଓ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଥାନ୍ତା ତେବେ ଆଜି ଲକ୍ଷାଧିକ ଟଙ୍କାର ଟାଙ୍କିଟି କାମରେ ଲାଗିଥାନ୍ତା । ଆଦିବାସୀ ଶ୍ରେଣୀର ଲୋକମାନେ ସ୍ବଚ୍ଛ ପାନୀୟ ଜଳରୁ ବଞ୍ଚିତ ନହୋଇ ଉପକୃତ ହୋଇଥାନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ସଠିକ୍ ତଦନ୍ତ କରାଇ ଉଚିତ୍ ପଦକ୍ଷେପ ନେଲେ, ବଞ୍ଚିତ ରହିଥିବା ଆଦିବାସୀ ପରିବାର ସ୍ବଚ୍ଛ ପାନୀୟ ଜଳ ପାଇପାରନ୍ତେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.