Home କେନ୍ଦୁଝର ପ୍ରଶାନ୍ତ ରାଉତ ବିଜେଡି ସମ୍ପାଦକ ମନୋନୀତ

ପ୍ରଶାନ୍ତ ରାଉତ ବିଜେଡି ସମ୍ପାଦକ ମନୋନୀତ

30

ହାଟଡ଼ିହି,୨୮ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ପୁର୍ବତନ ଜିଲ୍ଲା ଯୁବ ବିଜେଡିର ଉପସଭାପତି ଓ ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଥିବା ବଞ୍ଚୋ ଗ୍ରାମର ପ୍ରଶାନ୍ତ କୁମାର ରାଉତ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ସେ ଛାତ୍ର ଜୀବନରୁ ଜନତା ଦଳରୁ ରାଜନୀତି ସହିତ ସଂପୃକ୍ତ ଥାଇ ଦଳର ସାଂଗଠନିକ କାର୍ଯ୍ୟରେ ସକ୍ରୀୟ ରହି ନିଜର ପରାକାଷ୍ଠା ପ୍ରତିପାଦିତ କରିପାରିଥିବାରୁ ତାଙ୍କୁ ବିଜେଡି ନେତୃବୃନ୍ଦ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ସମ୍ପାଦକ ପଦବୀରେ ଅବସ୍ଥାପିତ କରିଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ତାଙ୍କୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.