Home ଜିଲ୍ଲା ପରିକ୍ରମା ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

83

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କଲାମ ଦ୍ୱୀପ ପୁଞ୍ଜରୁ ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି । ଏହା ପ୍ରଳୟର ଦ୍ୱିତୀୟ ସଂସ୍କରଣ ପରୀକ୍ଷଣ ହୋଇଥିବା ବେଳେ ଏହାର ପରିସୀମା ୧୫୦ କି.ମିରୁ ୫ଶହ କି.ମି ପର୍ଯ୍ୟନ୍ତ । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ସର୍ଟ ରେଞ୍ଜ ବାଲାଷ୍ଟିକ ମିଶାଇଲ ଶ୍ରେଣୀର । ଏହା ରୁଷିଆର ୯କେ୭୨୦ କ୍ଷେପଣାସ୍ତ୍ର ଇସକନ୍ଦର ସହ ତୁଳନା କରାଯାଉଥିବା ବେଳେ ଚାଇନାର ଡଙ୍ଗଫେଙ୍ଗ୧୨ ଠାରୁ ଶକ୍ତିଶାଳୀ ବୋଲି ପ୍ରତିରକ୍ଷା ବୈଜ୍ଞାନିକଙ୍କ ଠାରୁ ପ୍ରକାଶ । ଏହି ମିଶାଇଲ ପୃଥିବୀ ମିଶାଇଲର ନୂତନ ସଂସ୍କରଣ ବୋଲି ଜଣାଯାଇଥିବା ବେଳେ ଏହାର ନିଶାନ ୫ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ । ୫ଟନ ଓଜନର ଏହି ମିଶାଇଲ ୧ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଥିବା ବେଳେ ଏହାର ଇନ୍ଧନ କଠିନ ପର୍ଯ୍ୟାୟର ବୋଲି ଜଣାଯାଇଛି । ୨୦୧୫ ମସିହାରେ ୩୩୩କୋଟି ବ୍ୟୟ ଅଟକଳରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ହୋଇଥିବା ବେଳେ ଏହା ରୋଡ ଲଂଚରରୁ ନିକ୍ଷେପ କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ । ୧ଫୁଟ ୫ଇଂଚ ବ୍ୟାସାର୍ଦ୍ଧ ବିଶିଷ୍ଟ ପ୍ରଳୟ କ୍ଷେପଣାସ୍ଥ୍ର ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ର ଅଧିକାରୀ । ସିଙ୍ଗଲଷ୍ଟେଜ ବିଶିଷ୍ଟ ଇଂଜିନ ଏହାକୁ ବହନ କରି ନିକ୍ଷେପ କରିଥିଲା ବେଳେ ଏହାର ଠିକ ଲକ୍ଷ୍ୟସ୍ଥଳକୁ ଠିକ ସମୟରେ ମାଚ ୩ସ୍ପିଡରେ ଲକ୍ଷ୍ୟ ଭେଦ କରିପାରିଥିଲା । ଏହାର ଗତିକୁ ଫାଇବର ଅପଟିକୋ ଗାଇରୋ ନାଭିଗେସନ ସିଷ୍ଟମ ,ଜିପିଏସ ଏବଂ ନାଭିକସେଟଲାଇଟ ଦ୍ୱାରା ଗାଇଡେଡ କରାଯାଇଥିଲା । ଏହାର ପ୍ରଥମ ପରୀକ୍ଷଣ ୨୦୧୧ ମସିହା ଜୁଲାଇ ୨୧ତାରିଖରେ କରାଯାଇଥିବା ବେଳେ ଏହା ୧୫୦କି.ମି କୁ ୨୫୦ ସେକେଣ୍ଡରେ ଲକ୍ଷ୍ୟଭେଦ କରିପାରିଥିଲା । ଆଜିର ଏହି ସଫଳ ପରୀକ୍ଷଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତଙ୍କୁ ସାଧୁବାଦ ଜଣାଇଥିବା ବେଳେ ଏହା ପୁନଶ୍ଚ ପ୍ରତିରକ୍ଷା ରେ ଏକ ମାଇଲଷ୍ଟୋନ ହୋଇ ପାରିଛି ବୋଲି ଟ୍ୱିଟ କରିଥିବା ବେଳେ ପ୍ରତିରକ୍ଷା ବିଭାଗର ଚେୟାରମେନ ଡ. ଜି ସତୀଶ ରେଡ୍ଡି ଏହାର ସଫଳ ରୂପାୟନ ପାଇଁ ସଂପୂର୍ଣ୍ଣ ଟିମକୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.