Home ଜିଲ୍ଲା ପରିକ୍ରମା ଚିଙ୍ଗୁଡି ଫାର୍ମରୁ ମୃତଦେହ ଉଦ୍ଧାର, ଘଟଣା ସ୍ଥଳରେ ସାଇଟିଂଫିକ ଟିମର ତଦନ୍ତ

ଚିଙ୍ଗୁଡି ଫାର୍ମରୁ ମୃତଦେହ ଉଦ୍ଧାର, ଘଟଣା ସ୍ଥଳରେ ସାଇଟିଂଫିକ ଟିମର ତଦନ୍ତ

80

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ଥାନା ଅର୍ନ୍ତଗତ କରଣପଲ୍ଲୀ ପଂଚାୟତ ଅଧିନସ୍ଥ ନାଳୀ ଠାରେ ଏକ ଚିଙ୍ଗୁଡି ପୋଖରୀ ପରିସରରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ନାଳୀଛକ ଗ୍ରାମର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ (୨୮) ସାଙ୍ଗ ମାନଙ୍କ ସହ ନିକଟସ୍ଥ ଏକ ଚିଙ୍ଗୁଡି ପୋଖରୀ ଫାର୍ମରେ ଥିବା ଏକ ଘରେ ଗତରାତିରେ ଖାଇ ସାରି ଶୋଇଥିଲେ । ସକାଳ ସମୟରେ ପ୍ରଳୟ ସେହି ଘରେ ନଥିବା ବେଳେ ଏହି କଥାକୁ ନେଇ ତନାଘନା ଚାଲିବା ସହ ପ୍ରଳୟଙ୍କ ପରିବାର ଲୋକେ ପ୍ରଳୟକୁ ଖୋଜାଖୋଜି କରିଥିଲେ । ପରେ ସେହି ପୋଖରୀ ନିକଟସ୍ଥ ଅନ୍ୟ ଏକ ଘରୁ ପ୍ରଳୟର ମୃତଦେହ ଠାବ କରାଯିବା ସହ ପ୍ରଳୟକୁ ମାରି ସେହି ଘରେ ଟଙ୍ଗାଇଦିଆଯାଇଥିଲା ବୋଲି ପ୍ରଳୟଙ୍କ ପରିବାର ଲୋକେ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଅପରାହ୍ଣ ୩ଟା ସମୟରେ ଏକ ସାଇଂଟିଫିକ ଟିମ ଆସି ସେଠାରେ ପହଂଚି ସମସ୍ତ ଅନୁଧ୍ୟାନ କରି ତଦନ୍ତ ଜାରୀ ରଖିଥିବା ଜଣାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ଏବଂ ପ୍ରଳୟଙ୍କ ପରିବାର ଏହି ହତ୍ୟା ଘଟଣାର ପର୍ଦାଫାଶ କରିବାକୁ ପ୍ରଶାସନକୁ ନିବେଦନ କରିବା ସହ ଦୋଷୀକୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.