Home ଜିଲ୍ଲା ପରିକ୍ରମା ପ୍ରବୋଧନ ଶିକ୍ଷକ ପ୍ରଶିକ୍ଷଣ ଶିବିର

ପ୍ରବୋଧନ ଶିକ୍ଷକ ପ୍ରଶିକ୍ଷଣ ଶିବିର

8

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତୋ କ୍ଲଷ୍ଟର ଅଧୀନରେ ଥିବା ମତୋ ଉଚ୍ଚ ବିଦ୍ୟାଳୟର ପ୍ରାଙ୍ଗଣରେ ପଂଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ନୂତନ ଶିକ୍ଷଣ ଶୈଳୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ଅନିତା ମିଶ୍ର,ସମ୍ମାନିତ ଅତିଥି ଭାବେ ମତୋ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ଦାସ ଏବଂ ମତୋ ସାଧନକେନ୍ଦ୍ରର ସାଧନକର୍ମୀ ବୀରନାରାୟଣ ଦାସ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହି ପାଂଚ ଦିନିଆ ଶିବିରରେ ୨ଟି ସାଧନ କେନ୍ଦ୍ରରୁ ମୋଟ ୫୦ ଜଣ ଶିକ୍ଷକ ଅଂଶଗ୍ରହଣ କରି ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ୪ ଜଣ ଦକ୍ଷ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ମଲ୍ଲିକ, ବୀରନାରାୟଣ ଦାସ, କୃଷ୍ଣଚନ୍ଦ୍ର ଜେନା, ସସ୍ମିତା ମହାନ୍ତି ପ୍ରଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନର ଆଧୁନିକ କୌଶଳ ଓ ଶିକ୍ଷାର୍ଥୀମାନଙ୍କ ବୌଦ୍ଧିକ ବିକାଶ ସମ୍ପର୍କରେ ତାଲିମ ପ୍ରଦାନ କରିଛନ୍ତି। ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବା ସହ ବିଦ୍ୟାଳୟ ସ୍ତରରେ ଏହାର ସଫଳ ପ୍ରୟୋଗ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସହ ଶିକ୍ଷା ଅଧିକାରୀ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.