Home ଜିଲ୍ଲା ପରିକ୍ରମା ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଂଟନ

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଂଟନ

0

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜଙ୍କ ତତ୍ୱାବଧାନରେ ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ତପନ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ମହାପାତ୍ର ଓ ସହକାରୀ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପୃଷ୍ଟି ମିଳିତ ଭାବେ ଘରକୁ ଘର ବୁଲି ଓଡ଼ିଶା ସରକାରଙ୍କ ପ୍ରଦତ ନିମନ୍ତ୍ରଣ ପତ୍ର ବଂଟନ କରିଛନ୍ତି। ଆସନ୍ତା ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଯେଉଁ କୁନିକୁନି ପିଲାମାନେ ନୂତନ ଭାବେ ଶିଶୁବାଟିକାରେ ନାମ ଲେଖାଇବେ,ସେହି ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ଓ ଆନନ୍ଦମୟ ଶିକ୍ଷଣ ପରିବେଶ ଯୋଗାଇଦେବା ସହ ସେମାନଙ୍କ ଅଭିଭାବକଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡିଶା ସରକାର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ଶିଶୁବାଟିକା ଶ୍ରେଣୀ ଖୋଲିଛନ୍ତି,ଏଥିପାଇଁ ପ୍ରତି ୩୦ ଶିଶୁଙ୍କ ପାଇଁ ଜଣେ ଲେଖାଏଁ ଶିଶୁସେବିକା ନିଯୁକ୍ତି ଦେଇଛନ୍ତି।ସୂଚନା ଅନୁସାରେ ଚଳିତ ବର୍ଷ ସେପ୍େଟମ୍ବର୍ ସୁଦ୍ଧା ଯେଉଁ ପିଲାମାନେ ୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ସେମାନେ ଶିଶୁବାଟିକାରେ ନାମ ଲେଖାଇବେ ଏବଂ ଯେଉଁମାନେ ୬ ବର୍ଷରୁ ଉର୍ଦ୍ଧ୍ୱ ସେମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ।ଏଭଳି ଅଭିନବ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ସହ ଗୁଣାତ୍ମକ ଶିକ୍ଷାକୁ ସାର୍ବଜନୀନ କରାଇବା ଓ ବିଦ୍ୟାଳୟ ଶିକ୍ଷା ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବାକୁ ଆସନ୍ତା ଏପ୍ରିଲ୍ ୨ ରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ଚାନ୍ଦବାଲି ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ମହାରାଜ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ,ଅଭିଭାବକ ଓ କୁନିକୁନି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.