Home ଜିଲ୍ଲା ପରିକ୍ରମା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ,ଶିକ୍ଷା ସଚେତନତା ରଥ ବୁଲିଲା

ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ,ଶିକ୍ଷା ସଚେତନତା ରଥ ବୁଲିଲା

6

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ବେଳେ ସେହିପରି ବନ୍ତ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କୁମ୍ଭକରାଳ ସରକାରୀ ଉପ୍ରା ବିଦ୍ୟାଳୟରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଟିଶିକ୍ଷାଅଧିକାରିଣୀ ଡ଼. ସୁକିର୍ତ୍ତି କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡାଇ, ବନ୍ତ ପଞ୍ଚାୟତ ସମିତି ସଭ୍ୟ ପରମେଶ୍ୱର ବାରିକ୍‌, ବି ଆର୍ ସିସି ହରେକୃଷ୍ଣ ଆପଟ, ଏବିଓ ଭାଗିରଥି ପାତ୍ର , ବୈଲୋନ ସାହୁ,ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଜେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଶିକ୍ଷା ବିଭାଗର ଏହି ଭଳିଆ କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ ଦାସ, ନିରଞ୍ଜନ ଖିଲାର, ପ୍ରଦୀପ ପଲାଇ, ଉତ୍ତମ ଦାସ, ସୁଧାଂଶୁ ଦାସ, ପ୍ରଫୁଲ୍ଲ ଦାସ, ପରମେଶ୍ୱର ପୃଷ୍ଟି, ଶୁଭ୍ରପ୍ରକାଶ ରାଉଳ, ଜଗନ୍ନାଥ ଖୁଣ୍ଟିଆ, ସନ୍ତୋଷ ମଲ୍ଲିକ, ରାଜେନ୍ଦ୍ର ପାତ୍ର, ପ୍ରଫୁଲ୍ଲ ସାହୁ, ଗିରିଜା ଶଙ୍କର ଲେଙ୍କା, ଗୌତମ ଭୂୟାଁ, ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ଶିକ୍ଷକ/ ଶିକ୍ଷୟତ୍ରୀ :ଶ୍ରୀକାନ୍ତ ବାରିକ୍‌, ଜୟନ୍ତୀ ମହାନ୍ତି, ରୋଜାଲିନ ନାୟକ, ଗାଗାରିନ ଦାସ, ଗ୍ରାମବାସୀ ନିରଞ୍ଜନ ନାୟକ, ଗୋପବନ୍ଧୁ ସେଠୀ, ନୃସିଂହ ପରିଡ଼ା, ରବୀନ୍ଦ୍ର ରାଉତ୍‌, ପୀତବାସ ସେଠୀ, ସୁବାଷ ବେହେରା, ସୁକାନ୍ତି ମୁଦୁଲି, ଜାନକୀ ଜେନା, ପଞ୍ଚାନନ ସେଠୀ, ପୀତବାସ ସେଠୀ ସମେତ ସମସ୍ତ ଗ୍ରାମବାସୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଅଭିଭାବକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ଅତିଥି, ଗ୍ରାମବାସୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶିକ୍ଷାରଥ ଗ୍ରାମ ପରିକ୍ରମା କରିବା ସହିତ ଶିକ୍ଷା ଉପରେ ସଚେତନ କରିଥିଲା। ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ବାଲ ବାଟିକାରେ ୮ ଜଣ ଛାତ୍ର ଛାତ୍ରୀ ଓ ପ୍ରଥମରେ ୪ ଛାତ୍ର ଛାତ୍ରୀଙ୍କୁ ବୈଦିକ ରୀତିନୀତି ଅନୁସାରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ସମ୍ପାଦନ କରିଯାଇଥିଲା। ଅତିଥି ଗୋଲାପ ଫୁଲ, ସ୍ଲେଟ୍‌, ଖଡ଼ି, ବର୍ଣ୍ଣବୁଧ ପୁସ୍ତକ ପ୍ରଦାନକରି ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.