Home ଜିଲ୍ଲା ପରିକ୍ରମା ପ୍ରବାସୀ ଶ୍ରମିକ ବୀରଭଦ୍ରଙ୍କ ଶବ ଜିଲା ପ୍ରଶାସନ ଓ ରାଜ୍ୟ ଶ୍ରମ ଆୟୁକ୍ତଙ୍କ ଦ୍ୱାରା ଜନ୍ମମାଟିରେ...

ପ୍ରବାସୀ ଶ୍ରମିକ ବୀରଭଦ୍ରଙ୍କ ଶବ ଜିଲା ପ୍ରଶାସନ ଓ ରାଜ୍ୟ ଶ୍ରମ ଆୟୁକ୍ତଙ୍କ ଦ୍ୱାରା ଜନ୍ମମାଟିରେ ପହଂଚିଲା

8

ଭଦ୍ରକ, ୩୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶାନ୍ତର ପ୍ରବାସୀ ଶ୍ରମିକ ବୀରଭଦ୍ର ନାୟକ ଉତାକୁଡ , ଉଗ୍ରତାରା ,ଚାନ୍ଦବାଲି,ଭଦ୍ରକ ନିବାସୀ ଦୁବାଇ ରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟରତ। ଗତ ତା ୨୭।୦୨।୨୬ ରିଖ ରାତିରେ କାମ କରୁଥିବା ସମୟରେ ଖସି ପଡ଼ି ମୃତ୍ୟୁବରଣ କରିଥିବା କଥା ତାଙ୍କ ପରିବାର ଲୋକଙ୍କୁ ତା ୧ ।୩।୨୬ ରିଖ ରେ ଟେଲିଫୋନ ଯୋଗେ ଜଣାଇ ଥିଲେ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଅନ୍ତେଷ୍ଟିକ୍ରୀୟା ନିମନ୍ତେ ଦୁବାଇ ରୁ ଶବ ହସ୍ତାନ୍ତର ପାଇଁ ଓଡ଼ିଶା ପରିବାର ରୁ ଖବର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସହ ଶ୍ରମ ଅଧିକାରୀ ୨।୩।୨୬ ରିଖ ତଦନ୍ତ କରି ଏହାର ଏକ ସବିଶେଷ ରିପୋର୍ଟ ଜିଲ୍ଲା ଶ୍ରମ ଅଧିକାରୀ, ପ୍ରବର୍ତନ, ଭଦ୍ରକ ଶ୍ରମ ଆୟୁକ୍ତ ,ଓଡ଼ିଶା ଙ୍କୁ ୨।୩।୨୬ ରେ ପ୍ରଦାନ କରିଥିଲେ। ଫଳ ସ୍ୱରୂପ ଶ୍ରମ ଆୟୁକ୍ତ ଦେଶାନ୍ତର ପ୍ରବାସୀ ଶ୍ରମିକ ହେତୁ ଡାଇରେକ୍ଟର,ଗଲ୍ଫ ଡିଭିଜନ , ଏକ୍ସଟର୍ନାଲ ମିନିଷ୍ଟ୍ରି , ଙ୍କୁ ବୀରଭଦ୍ର ନାୟକ ଙ୍କ ଶବ ପ୍ରତ୍ୟାପନ୍ ଓ ଅନ୍ୟାନ୍ୟ ଆର୍ôଥକ ପ୍ରକିୟା କାର୍ଯ୍ୟ ରେ ସହଯୋଗ ପାଇଁ ପତ୍ର ପ୍ରଦାନ କରିଥିଲେ।ଓଡ଼ିଶା ସରକାର ,ଶ୍ରମ ବିଭାଗ ,ଓଡ଼ିଶା ପରିବାର ,ଜିଲ୍ଲା ପ୍ରଶାସନ ମିଳିତ ପ୍ରୟାସ ରେ ଓ ସଂମ୍ପୃକ୍ତ କଂପାନୀ ଙ୍କ ଆର୍ôଥକ ସହାୟତା ଯୋଗୁ ଗତ କାଲି ବିମାନ ଯୋଗେ ବୀରଭଦ୍ର ପାର୍ôଥବ ଶରୀର ହାଇଦ୍ରାବାଦ ଓ ପୁନଶ୍ଚ ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜ ଜନ୍ମମାଟି କୁ ସମ୍ମାନ ସହ ଶବ ସତ୍କାର ପାଇଁ ଜିଲ୍ଲା ପ୍ରସାଶନ ଓ ଶ୍ରମ ବିଭାଗ ତରଫରୁ ସହ ଶ୍ରମ ଅଧିକାରୀ ଲୋକନାଥ ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.