Home ଓଡ଼ିଶା ପ୍ରବାସୀ ଓଡ଼ିଆଙ୍କ ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ ଆହତ; ୩ ଗୁରୁତରଙ୍କୁ ବ୍ରହ୍ମପୁର...

ପ୍ରବାସୀ ଓଡ଼ିଆଙ୍କ ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ ଆହତ; ୩ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

348

ବାଲିଗୁଡା, ୨୬/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଵାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ଼ ନିକଟରେ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ଆସୁଥିବା ଏକ ଘରୋଇ ବସ ସହ ଟ୍ରକର ମୁହାଁ ମୁହିଁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପ୍ରକାଶ ଯେ, ଗୋଆ ଅଞ୍ଚଳରେ କାମ କରୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକ ମାନେ ଟ୍ରେନ ଯୋଗେ ଗୋଆ ରୁ ଭବାନୀପାଟଣା ରେଳ ଷ୍ଟେସନରେ ଓହ୍ଲାଇ ପୁଣି ଭବାନୀପାଟଣା ରୁ ଗଞ୍ଜାମ ଅଭିମୁଖେ ୪୭ଶ୍ରମିକ କୁ ନେଇ ଆସୁଥିବା ଏକ ଘରୋଇ ବସ ଭିଏସ ଏଣ୍ଡ ଭିଏସ.ନଂ.ଓଡି.୦୭.ଡି. ୨୦୭୭ସହ ଏକ ଟ୍ରକ ଏପି.୩୯.ଟିଜି.୭୧୮୯ ର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ରେ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ଆହତ ପ୍ରବାସୀ ମାନଙ୍କୁ ପ୍ରଥମେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଫୁଲବାଣୀ ଓ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଛନ୍ତି। ଅନ୍ୟ ଯାତ୍ରୀ ମାନଙ୍କୁ ତୁମୁଡିବନ୍ଧ ପୋଲିସ ପକ୍ଷରୁ ଅନ୍ୟ ଏକ ବସ ଯୋଗେ ଗଞ୍ଜାମ ଅଞ୍ଚଳକୁ ପଠାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.