Home ଜିଲ୍ଲା ପରିକ୍ରମା ପ୍ରଫେସର ସନାତନ ମହାନ୍ତି ଥିଲେ ଋଷିପ୍ରତୀମ ଦେବତୁଲ୍ୟ ବ୍ୟକ୍ତି, ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ସମାରୋହ

ପ୍ରଫେସର ସନାତନ ମହାନ୍ତି ଥିଲେ ଋଷିପ୍ରତୀମ ଦେବତୁଲ୍ୟ ବ୍ୟକ୍ତି, ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ସମାରୋହ

7

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଫେସର ସନାତନ ମହାନ୍ତି କେବଳ ଜଣେ ଅର୍ଥଶାସ୍ତ୍ର ଅଧ୍ୟାପକ ଥିଲେ ତାହା ନୁହଁ, ସାହିତ୍ୟ ସଂସ୍କୃତି ଇତିହାସରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ଶେଷ ଜୀବନ ପର୍ଯ୍ୟନ୍ତ ସେ ଲେଖନୀ ଚାଳନା କରିଚାଲିଥିଲେ। ତାଙ୍କର ଲିଖିତ ବହୁ ପୁସ୍ତକ ଅତି ଉଚ୍ଚକୋଟୀର ଓ ଶିକ୍ଷଣୀୟ। ବାସ୍ତବରେ ସେ ଥିଲେ ଜଣେ ଋଷି ପ୍ରତୀମ ଦେବତୁଲ୍ୟ ବ୍ୟକ୍ତି। ଏଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଆଜି ତାଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଦ ସମାରୋହ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ଜାନୁଗଞ୍ଜ ବାସଭବନ ସ୍ଥିତ ଦିବ୍ୟମ୍ ପରିସରରେ ଆୟୋଜିତ ଏହି ସମାରୋହରେ ସ୍ମୃତି ନ୍ୟାସ କମିଟି ର ସଭାପତି ଶୈଳେନ୍ଦ୍ର କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ, ମୁଖ୍ୟ ବକ୍ତା ଭାବେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରେକୃଷ୍ଣ ଶତପଥୀ ଯୋଗ ଦେଇଥିଲେ। ସଭା ସଂଚାଳନ କରିଥିଲେ ଅଜୟ କୁମାର ନାୟକ । ପ୍ରାରମ୍ଭରେ ଗାନ୍ଧୀ ଓଡିଶା ବାଳାଶ୍ରମର ଅନ୍ତେବାସୀ ‘ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ। ସମ୍ପାଦକ ଡା ଦୁର୍ଯ୍ୟୋଧନ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ କ୍ଷୀରୋଦ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡା ରବୀନ୍ଦ୍ର କୁମାର ନାୟକ, ଭଦ୍ରକ କଲେଜ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ଦାସ, ଡ. ଦେବେନ୍ଦ୍ର ରାଉତ, ଅଖିଳ ପାଢ଼ୀ, ପ୍ରଫେସର ଡ. ବ୍ରଜମୋହନ ମିଶ୍ର, ଗୋଲକ ବିହାରୀ ସାହୁ, ଶଶିକାନ୍ତ ପାଢ଼ୀ, ଲଲାଟେନ୍ଦୁ ମହାନ୍ତି, ଝରଣା ପଟ୍ଟନାୟକ ସ୍ୱର୍ଗତ ମହାନ୍ତି ଙ୍କ ସଭାରେ ସ୍ମୃତି ଓ ଅନୁଭୂତି ଅବତାରଣା କରିଥିଲେ। ପିଏସ୍ କଲେଜ ଭୁବନେଶ୍ୱରର ପ୍ରାକ୍ତନ ଅଧ୍ୟକ୍ଷା ଡ ସବିତା ଆଚାର୍ଯ୍ୟ ଓ ଆଗରପଡା କଲେଜର ଛାତ୍ରୀ ନିରୁପମା ସାହୁ ଓ ଛାତ୍ର ଅକ୍ଷୟ କୁମାର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନୋରଞ୍ଜନ ମହାନ୍ତି, ଉପେନ୍ଦ୍ର ବାରିକ, ସୁଧାକର ରାଉତ ମାନପତ୍ର ପାଠ କରିଥିଲେ। ବିଚିତ୍ରାନନ୍ଦ ମହାନ୍ତି, ପ୍ରେମାନନ୍ଦ ମହାନ୍ତି ଧନ୍ୟବାଦ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.