Home ଜିଲ୍ଲା ପରିକ୍ରମା ପ୍ରଫେସର ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଏକାଦଶାହ ଅବସରରେ ବେଦସଭା

ପ୍ରଫେସର ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ଏକାଦଶାହ ଅବସରରେ ବେଦସଭା

19

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ସମାଜରେ ଜଣେ ଭଲ ମଣିଷର ପରିଚୟ ତାର ମୃତ୍ୟୁ ପରେ ଜଣାପଡିଥାଏ । ସେହିଭଳି ଜଣେ ମିଷ୍ଟଭାଷୀ ଅନୁଷ୍ଠାନ ପ୍ରିୟ ପରୋପକାରୀ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପ୍ରଫେସର ପଣ୍ଡିତ ରମାକାନ୍ତ ମିଶ୍ର । ତାଙ୍କଭଳି ଜଣେ ମହାନ୍ ପୁରୁଷଙ୍କ ଏକାଦଶାହ ଉପଲକ୍ଷେ ଅନୁଷ୍ଠିତ ବେଦସଭା ଭଦ୍ରକର ମୋଟେଲଛକ ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ଭାଗୀରଥି ନନ୍ଦଶର୍ମା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପଣ୍ଡିତ ବସନ୍ତ ଆଚାର୍ଯ୍ୟ, ପଣ୍ଡିତ ଦୟାନିଧି ଦାଶ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ସମେତ ୨୭ ଜଣ ବେଦବିତ୍‌ଙ୍କ ଉପସ୍ଥିତିରେ ଏକ ବେଦସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ବେଦବିତ୍‌ମାନେ ଦିବଂଗତ ପ୍ରଫେସର ମିଶ୍ରଙ୍କ ଅଗାଧ ସଂସ୍କୃତ ଜ୍ଞାନ ତଥା ବେଦ କର୍ମକାଣ୍ଡରେ ସେ କିଭଳି ଦକ୍ଷ ଥିଲେ, ତାହା ନିଜ ବକ୍ତବ୍ୟରେ କହିଥିଲେ । ଏହି ସ୍ମୃତିସଭାରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ବିଶେଷ ଭାବେ ବେଦର ଉଦାହରଣ ଦେଇ ୰ ମିଶ୍ରଙ୍କ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କର ଏକମାତ୍ର ପୁତ୍ର, ପୁତ୍ରବଧୂ, ଚାରିଝିଅ ଓ ଜ୍ୱାଇଁ ଉପସ୍ଥିତ ରହି ପିତୃଙ୍କର ସ୍ମୃତିଚାରଣ ପୂର୍ବକ ଉପସ୍ଥିତ ଥିବା ପଣ୍ଡିତମାନଙ୍କୁ ସମ୍ମାନିତ କରିଥିଲେ । ଏହି ସ୍ମୃତିଚାରଣ ପ୍ରାରମ୍ଭରେ ପଣ୍ଡିତ ବସନ୍ତ ଆଚାର୍ଯ୍ୟ ବେଦପାଠ କରିବା ପରେ ସ୍ୱର୍ଗତଃ ଦିବ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.