Home ଜିଲ୍ଲା ପରିକ୍ରମା ପ୍ରଫେସର ଡ. ଶଶଧର ଦାସ ପାଇବେ ଚଳିତ ବର୍ଷର “ଅପୂର୍ବା ପ୍ରବନ୍ଧ ସମ୍ମାନ’

ପ୍ରଫେସର ଡ. ଶଶଧର ଦାସ ପାଇବେ ଚଳିତ ବର୍ଷର “ଅପୂର୍ବା ପ୍ରବନ୍ଧ ସମ୍ମାନ’

7

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଶଶଧର ଦାସ ଚଳିତ ବର୍ଷର ଅପୂର୍ବା ପ୍ରବନ୍ଧ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୀର୍ଘ ଛବିଶ ବର୍ଷ ଧରି ଓଡ଼ିଶାର ପ୍ରକାଶନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଅପୂର୍ବା ପ୍ରକାଶନୀ ଓ ଅପୂର୍ବା ସାହିତ୍ୟ ପତ୍ରିକାର ଛବିଶ ତମ ବାର୍ଷିକ ଉତ୍ସବରେ ଭୁବନେଶ୍ୱର ଠାରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ସମାରୋହରେ ଆସନ୍ତା ପାଂଚ ତାରିଖ ଦିନ ଡ. ଦାସଙ୍କୁ ସମ୍ମାନିତ କରାଯିବ। ଓଡ଼ିଆ ସାହିତ୍ୟର ଗବେଷଣାତ୍ମକ ପ୍ରବନ୍ଧ, ସାହିତ୍ୟ ସମାଲୋଚନାମୂଳକ ଲେଖାର ଉତ୍କର୍ଷତା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ। ଡ ଦାସ ମଧ୍ୟ ବିଗତ ଆଠବର୍ଷ ଧରି ଆକଳନ ନାମକ ଏକ ସମୀକ୍ଷାସମୃଦ୍ଧ ଓ ସମାଲୋଚନାଧର୍ମୀ ସାହିତ୍ୟ ପତ୍ରିକା ପ୍ରକାଶ କରି ପ୍ରବନ୍ଧ ଓ ସମାଲୋଚନା ମୂଳକ ଲେଖା ପାଇଁ ଯୁବ ସାହିତ୍ୟିକଙ୍କୁ ଉତ୍ସାହିତ କରିଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.