ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଇସ୍ପାତ ନଗରୀ ରାଉରକେଲା ର ସ୍ମାର୍ଟ ସିଟି ପାଠାଗାର ର ସମ୍ମିଳନୀ କକ୍ଷରେ “ୱାଲର୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ନ୍ୟୁ ଦିଲ୍ଲୀ’ ଦ୍ୱାରା ଅନୁବନ୍ଧିତ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମିଳିତ ସହଯୋଗ ରେ ଓଡ଼ିଶା ଓ ଓଡିଶା ବାହାରର ବୁଦ୍ଧିଜୀବୀ ମାନଙ୍କୁ ସେମାନଙ୍କର ପ୍ରତିଭା ପାଇଁ ବିଭିନ୍ନ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଉଚ୍ଚ ଶିକ୍ଷା, କଳା ଏବଂ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ନାଟ୍ୟ ଗୌରବ ପ୍ରଫେସର ଅଟଳ ବିହାରୀ ନାୟକ ଙ୍କୁ ଲାଇଫ ଟାଇମ ଏଚିଭମେଂଟ ‘ଫର୍ ଏଜୁ କେସନ,ଆର୍ଟ ଏଣ୍ଡ କଲଚର’ ଆୱାର୍ଡ଼ ମିଳିଥିଲା। ଏହି ସମ୍ମାନ ତାଙ୍କୁ ମିଲିଥିଲେ ହେ ଏହା ଭଦ୍ରକ ଜିଲ୍ଲାର ସମସ୍ତ ଭାଇ ଭଉଣୀ ଙ୍କର ତାଙ୍କ ପ୍ରତି ଥିବା ଆଶୀର୍ବାଦ ଓ ଭଲ ପାଇବା ତଥା ଏହା ସମସ୍ତ ଭଦ୍ରକ ବାସୀଙ୍କ ର ଶ୍ରେୟ ବୋଲି ପ୍ରଫେସର ନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି।








