Home ଜିଲ୍ଲା ପରିକ୍ରମା ପ୍ରଫେଟ ହଜରତ ମହମ୍ମଦଙ୍କ ସମ୍ପର୍କରେ ଆଶାଳୀନ ମନ୍ତବ୍ୟକୁ ନେଇ ମୁସଲିମ ଜମାତ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର...

ପ୍ରଫେଟ ହଜରତ ମହମ୍ମଦଙ୍କ ସମ୍ପର୍କରେ ଆଶାଳୀନ ମନ୍ତବ୍ୟକୁ ନେଇ ମୁସଲିମ ଜମାତ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

14

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଫେଟ ହଜରତ ମହମ୍ମଦଙ୍କ ସମ୍ପର୍କରେ ଆପତିଜନକ ମନ୍ତବ୍ୟକୁ ଧାମନଗର ମୁସଲିମ ଜମାତ ତରଫରୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ଧାମନଗର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୁଚନା ଥାଉକି ଇସଲାମ ଧର୍ମଗୁରୁ ପ୍ରଫେଟ ହଜରତ ମହମ୍ମଦ ଓ ତାଙ୍କ ପତ୍ନୀ ହଜରତ ଆଏସା ସିଦ୍ଦିକା ଙ୍କ ସମ୍ପର୍କରେ ମହାରାଷ୍ଟ୍ର ବାସିନ୍ଦା ମହନ୍ତ ରାମଗିରି ମହାରାଜଙ୍କ ଆଶାଳୀନ ମନ୍ତବ୍ୟ ସମଗ୍ର ବିଶ୍ୱ ଓ ଦେଶରେ ମୁସ ଲିମି ସମାଜରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସଂପୃକ୍ତ ମହନ୍ତ ରାମଗିରି ମହରାଜ ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଧାମନଗର ମୁସଲିମ ଜମାତର କର୍ମକର୍ତା ତଥା ଉର୍ଷ କମିଟି ଉପସଭାପତି ସୟଦ ମୁସ୍ତଫା ରଜା,ଏମଡି ଫଜଲେ ବାରି,ସେକ ଜାଫର ଅଲ୍ଲୀ ,ଗୋଲାମ ଜିଲାନି ହବିବି,ସେକ ଅବଦୁଲ ହାକିମ,ସେକ ଗୋଲାମ ଅଲ୍ଲୀ ହବିବି,ଏମଡି ହବିବୁର ରହେମାନ,ଏମଡି ଫକିରୁଦ୍ଦିନ,ସେକ ମୁକ୍ତାର,ଏମଡି ତାଜୁଦ୍ଦିନ,ସେକ ଅଫସର ଅଲ୍ଲୀ,ମୌଲାନା ଇଲିୟାସ ପ୍ରମୁଖ ନେତୃମଣ୍ଡଳୀ ଧାମନଗର ତହସିଲଦାର ଦୀପକ କୁମାର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତହସିଲଦାର ଶ୍ରୀ ଦାସ ଉକ୍ତ ଦାବି ପତ୍ର କୁ ଗ୍ରହଣ କରି ରାଷ୍ଟ୍ର ପତି ଙ୍କ ନିକଟକୁ ପଠାଇଛନ୍ତି। ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ପରେ ଏହି ସଭାରେ ନିକଟ ଠାକୁରଙ୍କ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଶେଷରେ ପୁତୁରା ଅଜୟ ଦାଶ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.