Home ଜିଲ୍ଲା ପରିକ୍ରମା ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଭଦ୍ରକରୁ ୧୬ ରେ ଜୁଲୁସ ଓ କାଫେଲା ବାହାରିବ

ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଭଦ୍ରକରୁ ୧୬ ରେ ଜୁଲୁସ ଓ କାଫେଲା ବାହାରିବ

10

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲିମ ଜମାତ ତରଫରୁ ମୁସଲିମ ଜମାତ ର ଉପ -ସଭାପତି ଶେଖ ମହମ୍ମଦ ଜକାଉଲ୍ଲା ଓ ସାଧାରଣ ସମ୍ପାଦକ ହାଜି ଶେଖ ଇନାମ ମହମ୍ମଦ ଙ୍କ ଅଧକ୍ଷତାରେ ଏକ ସଭା ବସିଥିଲା ଓ ଏହି ସଭାରେ ପ୍ରଫେଟ ହଜରତ ମହମ୍ମଦ ଙ୍କ ଜନ୍ମଦିନ ପାଳନ ହେବ ବୋଲି ସିଦ୍ଧାନ୍ତ ହେଲା ଓ ଇସଲାମ ଧର୍ମରେ ଚନ୍ଦ୍ର ଗଣନା ଅନୁଯାଇ ପ୍ରତ୍ୟେକ ପର୍ବ ପର୍ବାଣୀ ପାଳନ କରାଯାଇଥାଏ ଓ ଯଦି ଉକ୍ତ ସ୍ଥାନ ରେ ଚନ୍ଦ୍ର ଦୃଶ୍ୟ ନ ହୁଏ , ତାହେଲେ ଆଖ ପାଖ ଅଂଚଳ ରେ ପହଂଚି ଚନ୍ଦ୍ର ଦେଖିଥିବା ଲୋକ ପ୍ରମାଣ କିମ୍ବା ଶାହାଦତ ଦିଏ , ତାହେଲେ ପର୍ବ ପାଳନ କରାଯାଇ ପାରିବ ଓ ଚନ୍ଦ୍ର ଦୃଶ୍ୟ ର ପ୍ରମାଣ ଆସିବା ପରେ ଭଦ୍ରକ ମୁସଲିମ ଜମାତ ର ସିରତ କମିଟି ର ସଭାପତି ହାଜି ଅବଦୁଲ ମୁକିତ ଖାନ, ଉପ -ସଭାପତି ଇଂ ରେଯାଏ ରସୁଲ, ସମ୍ପାଦକ ଅସରଫ ଅଲି ଖାନ , ସହ -ସମ୍ପାଦକ ମହେବୁବ ଖାନ , କୋଷାଧ୍ୟକ ମିର୍ଜା ଏକ୍ରାମ ବେଗ ଙ୍କ ସହିତ ଭଦ୍ରକ ଜାମା ମସଜିଦ ର ଇମାମ ମହମ୍ମଦ ସାଦିକ ହୋସେନ , ଦର୍ଜୀପଟ୍ଟୀ ମସଜିଦ ର ଇମାମ ଅବଦୁଲ ରହିମ , ମୋଜାହିଦ ନଗର ମସଜିଦ ର ଇମାମ ଶିରାଜ ଖାନ ପ୍ରମୁଖ ବସି ଆଲୋଚନା ରେ ସିଦ୍ଧାନ୍ତ ହେଲା ଯେ ଚଳିତ ସେପ୍େଟମ୍ବର ୧୬ ତାରିଖ ସୋମବାର ରେ ପ୍ରଫେଟ ହଜରତ ମହମ୍ମଦ ଙ୍କ ତଥା ଜଶ୍ନ ଇଦ ମିଲାଡୁନ ନବୀ ପର୍ବ ପାଳନ କରାଯିବ , ଏହି ପର୍ବରେ ୬୦ରୁ ଉର୍ଦ୍ଧ ଜୁଲୁସ ଓ କାଫେଲା ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଚୌଖଣ୍ଡି ରୁ ଅପରାହ୍ନ ୪ ଘଟିକା ସମୟରେ ବାହାରି ଲାହାପଟ୍ଟୀ ହୋଇ ନଂଘା ମହଲ୍ଲା, ସନ୍ଥିଆ, କଚେରୀ, ନୂଆବଜ଼ାର ହୋଇ ସହର ପରିକ୍ରମା କରି କୌଣସି ଡିଜେ ସାଉଣ୍ଡ ନ ରଖି ମଦିନା ମଇଦାନ ରେ ଶାନ୍ତି ଶୃଙ୍ଖଳା ସହିତ ପହଂଚିବ ଓ ଏହି ସଭାରେ ମୁସଲିମ ଜମାତ ର ସମ୍ପାଦକ ଶେଖ ସିରାଯୁଦ୍ଦିନ, ବରିଷ୍ଠ ସଭ୍ୟ ହାଜି ଏସ ଏମ ଫାରୁକ , ହାଜି କାସିମ ଖାନ, ଜମିଲ ଅଖତର ଖାନ, ହାଜି ସବୀର ଅଲି, ହାଜି ହିଫଜୁର ରହେମାନ ,ଅଖତର ଅଲି ଖାନ, ହାଜି ଅବୁ ହୋସେନ , କବି ମୁସ୍ତାକ ଗୌହର , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ) ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.