Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଆବେଦନ ଜନିତ ସମାରୋହ

ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଆବେଦନ ଜନିତ ସମାରୋହ

20
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ କୋଟି ନୂତନ ଘର ପାଇଁ ଅନ ଲାଇନ ଆବେଦନ ଜନିତ ପି ଏମ ସମାରୋହ କାର୍ଯ୍ୟକ୍ରମ ଆଜି ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ପୌରପାଳିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ପୌରାଂଚଳର ବିଭିନ୍ନ ୱାର୍ଡର ୮୪୩ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ପି ଏମ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରକାଶ କରିବା ସହ ଏହି ଯୋଜନାରୁ ଜଣଙ୍କୁ ବି ବଂଚିତ କରାଯିବ ନାହିଁ। ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଂଚିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଶେଷକରି ସାଂସଦ ଶ୍ରୀ ସେଠୀ ନିଜର ଅଭିଭାଷଣରେ ଗରିବ ସବୁବେଳେ ଗରିବ। ତାର କୌଣସି ଜାତି, ଧର୍ମ, ବର୍ଣ୍ଣ, ଦଳ ନଥାଏ। ତେଣୁ ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ପ୍ରିୟାପ୍ରୀତି ତୋଷଣ ନୀତି ଗ୍ରହଣ କରାଯିବ ନାହିଁ ବୋଲି କହିବା ସହ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୌରାଧ୍ୟକ୍ଷା ଗୁଲମକୀ ହବିବୀ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ସାମଲ ସୂଚନା ଦେଇ କହିଥିଲେ ଯେ ପି ଏମ ଆବାସ ଯୋଜନା ଆବେଦନ କରିବା ପାଇଁ ଆବଶ୍ୟକୀୟ କାଗଜପତ୍ର, ଯୋଗ୍ୟତା ଓ ପ୍ରାଥମିକତା ଆଧାର ପରିଚୟପତ୍ର, ଆୟ ଜାତି, ଜମି ପ୍ରମାଣପତ୍ର ସହ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ ବୋଲି କହିଥିଲେ। ଏବଂ ସମଗ୍ର ଭାରତବର୍ଷର କୌଣସି ସ୍ଥାନରେ ଏହି ହିତାଧିକାରୀଙ୍କ ପରିବାରର କୌଣସି ପକା ଘର ନଥିବା ସହ ବିଗତ ୨୦ ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ବା ରାଜ୍ୟ ସରକାରଙ୍କ କୌଣସି ଗୃହ ନିର୍ମାଣ ଯୋଜନାରେ ହିତାଧିକାରୀ ସାମିଲ ହୋଇନଥିବାର ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.