Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ସେବା ପକ୍ଷ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ସେବା ପକ୍ଷ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

13
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଉଚ୍ଚ ବିଦ୍ୟାଳୟ ପରିସରରେ,ଧାମନଗର ସହରୀ ମଣ୍ଡଳ ଭରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଭାଇ ମୋଦୀ ଜୀ ଙ୍କର ୭୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରା ଦେଶ ରେ ପାଳିତ ହେଉଥିବା ସେବା ପକ୍ଷ କୁ ଅନୁରୂପ ଭାବେ ପାଳନ କରାଯାଇଥିଲା । ଏହି ଅବସରର ଧାମନଗର ର ସହରୀ ମଣ୍ଡଳ ତରଫରୁ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଧାମନଗର ହାଇସ୍କୁଲ ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅୟୋଜନ କରାଯାଇଥିଲା , ଏଥିରେ କନିଷ୍ଠ ବିଭାଗ ପଂଚମ, ଷଷ୍ଠ ସପ୍ତମ ଓ ବରିଷ୍ଠ ବିଭାଗ ରେ ଅଷ୍ଟମ ନବମ ଦଶମ ଶ୍ରେଣୀରେ ପିଲା ଭାଗନେଇଥିଲେ । ବିଷୟ ଥିଲା ମୋଦୀ ଜି ଙ୍କ ଫଟୋ ଚିତ୍ର ଅଙ୍କନ କରିବା । କୃତୀ ପ୍ରତିଯୋଗୀ ଙ୍କୁ ଆୟଜିତି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ସରୋଜ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ ଙ୍କ ସଭା ସଂଚାଳନା ରେ, ଅନ୍ୟ ମାନଂକ ମଧ୍ୟରେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା, ଆଈନଜୀବି ବିଜୟ କୁମାର ରାମ , ଧମାନଗର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ଗୋସ୍ୱାମୀ, ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ମହାପାତ୍ର , ପ୍ରଧାନ ଶିକ୍ଷକ ମନୋଜ ସିଂହ , ସମାଜ ସେବୀ ପ୍ରଶାନ୍ତ ପରିଡା, ଜିତନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଧନ୍ୟ ବାଦ ଦେଇଥିଲେ ମନ୍ମଥ କୁମାର୍ ରାଉତ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.