Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଭଦ୍ରକ ସାଂସଦଙ୍କ ଦ୍ୱୀପ ପ୍ରଜ୍ୱଳନ ଏବଂ ବୃକ୍ଷରୋପଣ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଭଦ୍ରକ ସାଂସଦଙ୍କ ଦ୍ୱୀପ ପ୍ରଜ୍ୱଳନ ଏବଂ ବୃକ୍ଷରୋପଣ

15

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମବାର୍ଷିକ ଉପଲକ୍ଷେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଧାମରାରେ ପହଂଚିବା ପରେ ମା ଧାମରାଇ ମଣ୍ଡଳ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ କରଞ୍ଜମାଳ, କରଣପଲ୍ଲୀ, ଦୋସିଙ୍ଗା, ଧାମରା ପଂଚାୟତ ବିଭିନ୍ନ ସ୍ଥାନରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରେ ସନ୍ଧ୍ୟାରେ ସେ ମା ଧାମରାଇ ମନ୍ଦିରରେ ପହଂଚି ପୂଜାର୍ଚନା କରିବା ପରେ ସମୂହ ଭାବେ ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ସେ ନିଜ ବକ୍ତବ୍ୟରେ ନରେନ୍ଦ୍ର ମୋଦୀ କିପରି ଭାରତର ପ୍ରଧାନମନ୍ତ୍ରୀ ଭାବେ ୧୨ ବର୍ଷ ଏବଂ ନିର୍ବାଚିତ ପଦ ପଦବୀରେ ୨୪ବର୍ଷ ପଦାର୍ପଣ କରିଥିଲେ ମଧ୍ୟ ଆଜିଭଳି ଦିନରେ ସେ ଶ୍ରେଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ ଭାବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଭାରତର ନାମକୁ ୧ନଂ କରି ଗଢିତୋଳିଛନ୍ତି। ଏଥିସହ ସେ ଏଭଳି ବିରଳ ବ୍ୟକ୍ତିତ୍ୱ ଭାବେ ନିଜକୁ ପ୍ରତିପାଦନ କରିଥିବା ବେଳେ ଆଜିଭଳି ଦିନରେ ସମସ୍ତ ବିଜୟର ସେ ପ୍ରମୁଖ ସ୍ଥପତି ହୋଇ ପାରିଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ରଖିବା ସହ ମୋଦୀଙ୍କ ଦୀର୍ଘଜୀବନ କାମନା କରିଥିଲେ। ଆଜି ହୋଇଥିବା ଦ୍ୱୀପ ପ୍ରଜ୍ୱଳନ ଏବଂବୃକ୍ଷରୋପଣ କାର୍ଯ୍ୟକ୍ରମରେ ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଧାମରା ସମିତିସଭ୍ୟ ପାପାଜେନା,ଅଭିମନ୍ୟୁ ରାଉତ,ଜାଗୁଳା ପଂଚାୟତ ସମିତି ସଭ୍ୟ ସଂଯୁକ୍ତା ଦାସ, ସୁବାଶ ଦାସ, ରୁଦ୍ର ମହାନ୍ତି, ରମେଶ ବାରିକ, ସନ୍ଦୀପ ମହାନ୍ତି, ନିକୁଞ୍ଜ ମଲିକ, ଅକ୍ଷୟ ବେହେରା, ମାନସ ନାୟକ, ବସନ୍ତ ଖିଲାର, ଦେବବ୍ରତ ବିଶ୍ୱାଳ, ଅମଳେନ୍ଦୁ ବେରା, ଶୁକଦେବ ମଣ୍ଡଳ, ପ୍ରହ୍ଲାଦ ସ୍ୱାଇଁ, ଶରତ ଦଳେଇଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୁବକମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.