Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ‘ଏକଜାମ ୱାରିଅର୍ସ’ର ବ୍ରେଲି ସଂସ୍କରଣ ଉନ୍ମୋଚିତ

ପ୍ରଧାନମନ୍ତ୍ରୀଙ୍କ ‘ଏକଜାମ ୱାରିଅର୍ସ’ର ବ୍ରେଲି ସଂସ୍କରଣ ଉନ୍ମୋଚିତ

105

ନୂଆ ଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ‘ଏକଜାମ ୱାରିଅର୍ସ’ ପୁସ୍ତକର ବ୍ରେଲି ସଂସ୍କରଣକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଥୱରଚନ୍ଦ ଗେହଲଟ। ରାଜସ୍ଥାନ ନେତ୍ରହୀନ କଲ୍ୟାଣ ସଂଘର ବ୍ରେଲି ଛାପାଖାନା ପକ୍ଷରୁ ହିନ୍ଦୀ ଓ ଇଂରାଜୀରେ ପୁସ୍ତକର ବ୍ରେଲି ସଂସ୍କରଣ ପ୍ରସ୍ତୁତ କରାଯାଇଛି। ଆଉ କିଛିଦିନ ମଧ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀର ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ‘ଏକଜାମ ୱାରିଅର୍ସ’ର ବ୍ରେଲି ସଂସ୍କରଣ ବେଶ ଉପାଦେୟ ହେବ ବୋଲି ଆଶା କରାଯାଉଛି। ଦୃଷ୍ଟିହୀନ ପାଠକଙ୍କ ପାଇଁ ପୁସ୍ତକର ସମସ୍ତ ଛବିକୁ ଭଲ ଭାବେ ବର୍ଣ୍ଣନା କରାଯାଇଛି।

ଶ୍ରୀ ଗେହଲଟ ରାଜସ୍ଥାନ ନେତ୍ରହୀନ କଲ୍ୟାଣ ସଂଘର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ ଏହି ବ୍ରେଲି ସଂସ୍କରଣ ଦ୍ୱାରା ଦେଶର ଲକ୍ଷ ଲକ୍ଷ ନେତ୍ରହୀନ ଛାତ୍ରଛାତ୍ରୀ ପ୍ରେରଣା ଓ ମାନସିକ ଦୃଢ଼ତା ହାସଲ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.