ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଲୈହ ଓ ଖଣିଜ ପଦାର୍ଥ ବିଭାଗ ର ୪ର୍ଥ ବୈଠକ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ଅଧ୍ୟକ୍ଷ ସୁଧିର ରଞ୍ଜନ ପାଟଜୋସୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିରୋଧୀ ଦଳ ର ତଥା ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ସଭ୍ୟ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଲୈହ ଖଣିଜ ପଦାର୍ଥ କୁ ବ୍ୟବହାର ଉପଯୋଗୀ ଭାବେ ପ୍ରସ୍ତୁତ କରିବାରେ ଭଦ୍ରକ ଜିଲ୍ଲାର ଫେକର ତଥା ବର୍ତମାନ ର (ବେଦାନ୍ତ ଫେକର) ଏକ ମାତ୍ର କାରଖାନା ଅଟେ । ଖଣିଜ ପଦାର୍ଥ ଅଭାବରୁ କିଛି ମାନ ହେବ ୪୦% ଅଚଳାବସ୍ଥା ଦେଇ ଗତି କରୁଛି ଭଦ୍ରକ ଜିଲ୍ଲାର ଏକମାତ୍ର କାରଖାନା । ଯାହା ଦ୍ୱାରା ଭଦ୍ରକ ନିର୍ବାଚନ ମଣ୍ଡଳୀ ୩୬% ଭଣ୍ଡାରିପୋଖରୀ ବ୍ଲକ ଅଂଚଳ ୧୩% କର୍ମଚାରୀ ମାନଙ୍କ ଜୀବନ ଜୀବିକା ଏବେ ସଙ୍କଟାପନ୍ନ ଅବସ୍ଥାରେ । ତତ୍ ସହିତ କମ୍ପାନୀ ର ଗ୍ରହଣ ଉନ୍ନୟନ ପାଣ୍ଠିକୁ ସଠିକ୍ ଭାବେ ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବହାର କରାନଯିବାରୁ ବିଭିନ୍ନ ସମସ୍ୟା ରେ ସମୁଖୀନ ହେଉଛନ୍ତି ଲୋକେ । ଅତ୍ୟଧିକ ପ୍ରଦ୍ୟୁଷଣ ଧୂଆ ଓ ପାଉଁଶ କଣିକା ଆଖପାଖ ଅଂଚଳର ବାସିନ୍ଦା ଜୀବନ ଅତିବାହିତ କରିବା ଅସ୍ତବ୍ୟସ୍ତ କରୁଥିବା ବେଳେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟକଳାପ କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ବିଭାଗୀୟ ଅଧିକାରୀ ଏ ସମ୍ପର୍କରେ କମ୍ପାନୀ କତୃପକ୍ଷ ଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ଦାବି ଉପସ୍ଥାପନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଏହି ବୈଠକରେ ବିରୋଧୀ ଦଳର ସଦସ୍ୟ ତଥା ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟ ବିଭାଗୀୟ ଅଧିକାରୀ ସଚିବ ଓ ନିର୍ଦ୍ଦେଶକଙ୍କ ଉପସ୍ଥିତି ଥିଲେ ।
Home ଜିଲ୍ଲା ପରିକ୍ରମା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟକଳାପକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ବିଧାୟକ ସଂଜୀବଙ୍କ ପ୍ରଶ୍ନବାଣ








