Home ଜିଲ୍ଲା ପରିକ୍ରମା ପ୍ରଦେଶ ମହିଳା କଂଗ୍ରେସ କମିଟିର ନବନିଯୁକ୍ତ ରାଜ୍ୟ କର୍ମକର୍ତା ଓ ଜିଲ୍ଲା ମହିଳା କଂଗ୍ରେସ ସଭାପତିଙ୍କ...

ପ୍ରଦେଶ ମହିଳା କଂଗ୍ରେସ କମିଟିର ନବନିଯୁକ୍ତ ରାଜ୍ୟ କର୍ମକର୍ତା ଓ ଜିଲ୍ଲା ମହିଳା କଂଗ୍ରେସ ସଭାପତିଙ୍କ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

12

ଭୁବନେଶ୍ୱର ତା ୨୧.୧୧- ଆଗକୁ ପଂଚାୟତ ଓ ପୌରନିର୍ବାଚନକୁ ଆଖିଆଗରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଆସନ୍ତା ୨୪.୧୧.୨୦୨୧ ରିଖ (ବୁଧବାର) ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ କାର୍ଯ୍ୟାଳୟ ଭୁବନେଶ୍ୱଠାରେ ଅନୁଷ୍ଠିତ ହେଉଅଛି। ଉକ୍ତ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଯୋଗଦେଇ ମହିଳା କଂଗ୍ରେସର ସଂଗଠନକୁ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ ସୁଦୃଢ଼ ଓ ଶକ୍ତିଶାଳୀ କରିବାପାଇଁ ଉଦବୋଧନ ଦେବେ।

ଏଣୁ ଉକ୍ତ ବୈଠକରେ ନବନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ କମିଟିର ସମସ୍ତ କର୍ମକର୍ତା, କାର୍ଯ୍ୟକାରିଣୀ ସଭ୍ୟାଗଣ ଓ ଜିଲ୍ଳା ମହିଳା କଂଗ୍ରେସ କମିଟିର ସଭାନେତ୍ରୀମାନେ ଯୋଗଦେବା ପାଇଁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସଭାପତି ଶ୍ରୀମତୀ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.