Home ଓଡ଼ିଶା ପ୍ରଦର୍ଶନୀ ମହିଳା ଫୁଟ୍‌ବଲ୍ ମ୍ୟାଚ୍‌ – ବିଜୁ ପଟ୍ଟନାୟକ ମହିଳା କ୍ଲବ୍ ଭୁବନେଶ୍ୱର ୩-୦ ରେ...

ପ୍ରଦର୍ଶନୀ ମହିଳା ଫୁଟ୍‌ବଲ୍ ମ୍ୟାଚ୍‌ – ବିଜୁ ପଟ୍ଟନାୟକ ମହିଳା କ୍ଲବ୍ ଭୁବନେଶ୍ୱର ୩-୦ ରେ ବିଜୟୀ

130

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୦୨-ନୟାଗଡ ଜିଲ୍ଲା ରାଜସୁନାଖଳାଠାରେ ଫ୍ରେଣ୍ଡସ୍ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଫୁଟ୍‌ବଲ୍ ମ୍ୟାଚ୍ ର ସପ୍ତମ ଦିନରେ ଦୁଇ ମହିଳା ଦଳକୁ ନେଇ ଏକ ପ୍ରଦର୍ଶନୀ ଫୁଟ୍‌ବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରଦର୍ଶନୀ ମ୍ୟାଚ୍ ଟି ବିଜୁ ପଟ୍ଟନାୟକ ମହିଳା କ୍ଲବ୍ ଭୁବନେଶ୍ୱର ଓ ବଜରଙ୍ଗବାଲୀ ସ୍ପୋର୍ଟସ୍ କ୍ଲବ୍ ଘାଟିକିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଜୁ ପଟ୍ଟନାୟକ ମହିଳାକ୍ଲବ୍ ଭୁବନେଶ୍ୱର ୩-୦ ଗୋଲ୍ ରେ ବଜରଙ୍ଗବାଲୀ ସ୍ପୋର୍ଟସ୍ କ୍ଲବ୍ ଘାଟିକିଆକୁ ହରାଇ ବିଜୟଲାଭ କରିଥିବା ଜଣା ପଡିଛି ।

ଏହି ଖେଳରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ସତ୍ୟବତୀଙ୍କୁ ବିବେଚନା କରାଯାଇଥିଲା । ଅତିଥି ଭାବରେ ବାଙ୍କୋଇ ଜିଲ୍ଲା ପରିଷଦ ସଭ୍ୟା ତିଳୋତ୍ତମା ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ବଡକୁମାରୀ ସରପଂଚ ହୁଲ୍ଲାସ ପ୍ରଧାନ  ଓ ରାଜସୁନାଖଳା ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ  ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀ ମ୍ୟାଚ୍ କୁ ପରିଚାଳନା କରିଥିଲେ ଲକ୍ଷ୍ମୀଧର ଚୌଧୁରୀ । ଲାଇନ୍ ରେ ସହ ଯୋଗ କରିଥିଲେ ଭଂଜକିଶୋର ପତି ଓ ଧନେଶ୍ୱର ସେଠୀ । ଫ୍ରେଣ୍ଡସ୍ ସ୍ପୋର୍ଟସ କ୍ଲବ୍ ର ସଦସ୍ୟ ସମ୍ବିତ୍ ସାହୁ, ମୁନା ଖାଁ , ଆଶୁତୋଷ ପପୁ ଓ ଟିଟୁ ପ୍ରଧାନ ବିଶେଷ ସହଯୋଗ କରିଥିଲେ ।  ଏହି ମହିଳା ମ୍ୟାଚ୍ ଦେଖିବା ପାଇଁ ହଜାର ହଜାର ସଂଖ୍ୟାର ଦର୍ଶକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.