Home ଓଡ଼ିଶା ପ୍ରଥମ “ରଣପୁର ପଥୋତ୍ସବ”  ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ପ୍ରଥମ “ରଣପୁର ପଥୋତ୍ସବ”  ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

172

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୧୨-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ପଂଚୁଦୋଳ ପଡିଆରେ ପ୍ରଥମ ରଣପୁର ପଥୋତ୍ସବ ରଣପୁର ବିଦାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ୨୦୧୯ ଡିସେମ୍ବର ୨୯ ତାରିଖ ସକାଳୁ ରଣପୁର ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ ହୋଇଥିଲା । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରଣପୁର ପଥୋତ୍ସବକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବନେତା ଇଂ.ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ସାଇକେଲ ଚାଳନା,ଚିତ୍ରାଙ୍କନ,ରଙ୍ଗୋଲି ଓ ବିଭିନ୍ନ ଡ୍ୟାନ୍ସ କାର୍ଯ୍ୟକ୍ରମ ପଂଚୁଦୋଳ ପଡିଆରେ କରାଯାଇଥିଲା । ରଣପୁର ଜଗନ୍ନାଥ ମନ୍ଦିରଠାରୁ ସକାଳ ୭ ଘଟିକା ସମୟରେ ସାଇକେଲ ଚାଳନା ଆରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,ସମ୍ମାନିତ ଅତିଥି ଇଂ.ଦେବାଶିଷ ପଟ୍ଟନାୟକ ମଧ୍ୟ ସାଇକେଲ ଚାଳନା କରିଥିଲେ । ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଇଂ.ଦେବାଶିଷ ପଟ୍ଟନାୟକ ବକ୍ତବ୍ୟ ସମୟରେ ଘୋଷଣା କରିଥିଲେ ଯେ ପ୍ରତି ମାସରେ ରଣପୁରରେ ଏହିଭଳି ପଥୋତ୍ସବ କରାଯାଇ ଅଧିକ ରୁ ଅଧିକ ଲୋକଙ୍କୁ ସାମିଲ୍ କରାଯିବ । ଆକାଶ ସ୍ୱାଇଁ ଓରଫ୍ ବାପିଙ୍କ ଉଦ୍ୟମରେ ଏହି ପଥୋତ୍ସବ ଆରମ୍ଭ କରାଯାଇଥିବାରୁ ତାଙ୍କୁ ଶ୍ରେୟ ପ୍ରଦାନ କରାଯାଇଥିଲା । ସାଇକେଲ ରେସିଙ୍ଗରେ ଶୁଭମ୍ ପ୍ରଧାନ,ବିଶ୍ୱଜିତ୍ ବେହେରା, ରଙ୍ଗୋଲିରେ ଶ୍ରଦ୍ଧାଞ୍ଜଳି ମହାରଣା,ସାହିଲ୍ ଯାଦବ୍‌,ଡ୍ୟାନ୍ସରେ ଶୁଭମ୍ ଦାସ, ଚିତ୍ରାଙ୍କନରେ ବିଜୟ ଲକ୍ଷ୍ମୀ ମହାରଣାଙ୍କୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିଭଳି ଭାବରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ପଥୋତ୍ସବରେ ବେବି ରାୟ,ଦିନେଶ ପରିଡା, ଲିଙ୍ଗରାଜ ନାୟକ,ଶୁଭେନ୍ଦୁ ସିଂ ଦେଓ,ବାବୁ ସନ୍ତୋଷ ବିଶେଷ ସହୋଯାଗ କରିଥିବା ବେଳେ ବୁଢା ମହାପାତ୍ର  ମଂଚ ସଂଯୋଜନା କରିଥିଲେ । ଏହି ପଥୋତ୍ସବ ଦେଖିବା ପାଇଁ ଶହ ଶହ ଲୋକଙ୍କର ରଣପୁର ପଂଚୁଦୋଳ ପଡିଆରେ ଭିଡ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.