ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରଥମ ମୁଖ୍ୟମନ୍ତ୍ରୀ କପ୍ କବାଡି ,ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ନିମନ୍ତେ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା ସମାପ୍ତ ହୋଇଛି । ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ମଣ୍ଡଳ, ବିଦ୍ୟାଳୟ ଓ କ୍ଲବ ରୁ ୬୭୮ରୁ ଉର୍ଦ୍ଧ ବାଳକ ଓ ବାଳିକା ଯୋଗଦେଇଥିଲେ । କବାଡିରେ ୨୫୨, ଫୁଟବଲରରେ ୨୩୩ ଓ ଭଲିବଲ ୧୯୩ ଜଣ ଅଂଶଗ୍ରହଣ କରିଥିଲେ। ଏହି ଚୟନ ପ୍ରକ୍ରିୟାରେ ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ ସଂପାଦକ ଧିରେନ ପଲାଇ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହ କରିବା ସହିତ ତାଙ୍କୁ ଭଲ ଖେଳିବା ପାଇଁ ନିଜର ମତ ବ୍ୟକ୍ତ କରିଥିଲେ । ଏଥିସହିତ କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି , ଜତିକାନ୍ତ ନାୟକ, ଭବତୋଷ ଦାସ ‘ଅତିଶ ବେହେରା ,ଉପେନ୍ଦ୍ର ବାରିକ ଓ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ , ସଂଗ୍ରାମୀ ଦେବଦତ ନାୟକ , ରବିନାରାୟଣ ଓଝା ଙ୍କ ତତ୍ୱାବଧାନରେ ଏହି ଚୟନ ପ୍ରକ୍ରିୟା ସଂପାଦିତ ହୋଇଥିଲା।
Home ଜିଲ୍ଲା ପରିକ୍ରମା ପ୍ରଥମ ମୁଖ୍ୟମନ୍ତ୍ରୀ କପ କବାଡି ,ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାସ୍ତରୀୟ ପ୍ରତିଭା...








