Home ଓଡ଼ିଶା ପ୍ରଥମ ପର୍ଯ୍ୟାୟ ମତଦାନ, କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଶେଷ

ପ୍ରଥମ ପର୍ଯ୍ୟାୟ ମତଦାନ, କାଁ ଭାଁ ଗଣ୍ଡଗୋଳ ମଧ୍ୟରେ ଶେଷ

43

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେତେକ ସ୍ଥାନରେ ଛୋଟ ଗଣ୍ଡଗୋଳକୁ ବାଦ ଦେଲେ ଆଜି ଭଦ୍ରକ ଓ ବନ୍ତ ବ୍ଲକରେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। ସରକାରୀ ଭାବେ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିଲେ ବି ମତଦାନ ହାର ୭୦ ପ୍ରତିଶତକୁ ଅଧିକ ରହିବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଆଜି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା। ଭଦ୍ରକ ବ୍ଳକର ୩୬ଟି ପଞ୍ଚାୟତର ୫୦୦ଟି ବୁଥରେ ଓ ବନ୍ତ ବ୍ଲକରେ ୨୨ଟି ପଞ୍ଚାୟତର ୩୩୮ଟି ବୁଥରେ ମତଦାନ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଭୋଟ ଦେବାପାଇଁ ସବୁଠି ଆଗ୍ରହ ପରିଲକ୍ଷିତ ହୋଇଥିଲା। ମହିଳା, ପୁରୁଷ ପୃଥକ ଧାଡିରେ ଛିଡାହୋଇ ଭୋଟ ଦେଇଥିଲେ। ଭଦ୍ରକ ପଞ୍ଚାୟତ ସମିତି ଅଧିନରେ କେତେକ ବୁଥ ଆଗରେ ଗଣ୍ଡଗୋଳ ଖବର ମିଳିଛି। ଆମ୍ବରୋଳିର ତଳାଙ୍ଗ, ଚଣ୍ଡୀଗାଁ, କେଦାରପୁର, ସାହାଡା, କଲେଇ, ପରସିଙ୍ଗା, ରାନ୍ଦିଆ ଆଦି କେତେକ ସ୍ଥାନରେ ଧସ୍ତାଧସ୍ତି, ବଚସା ହୋଇଥିବାର ଖବର ମିଳିଛି। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସେହିଭଳି ଗେଲପୁର ବାପୁଜୀ ହାଇସ୍କୁଲର ୯ନଂ ବୁଥର ଭୋଟବାକ୍ସ ଆଗୁଆ ଷ୍ଟ୍ରଙ୍ଗରୁମକୁ କାହିଁକି ଗଲା, ଅନ୍ୟ ୬ଟି ବୁଥ ସାଙ୍ଗରେ କାହିଁକି ନଗଲା ଅଭିଯୋଗ କରି ସ୍ଥାନୀୟ ଲୋକେ ୬ଟି ବୁଥର ପୁଲିଂ ଦଳକୁ ଅଟକ ରଖିଥିଲେ। ସେଠାରେ ପୋଲିସ ପହଞ୍ଚି ପୋଲିଂ ଦଳକୁ ଉଦ୍ଧାର କରିଥିଲା। ସେହିଭଳି କେଦାରପୁର ପଞ୍ଚାୟତର ୧୪ ନଂ ବୁଥରେ ରିଗିଂ ହୋଇଥିବା ନେଇ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣଶଶୀ ପାଣିଗ୍ରାହୀଙ୍କ ଏଜେଂଟ ସୁଶାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ଏଥିନେଇ ଜିଲାପାଳ, ନିର୍ବାଚନ କମିଶନଙ୍କୁ ଅବଗତ କରାଇ ସାନି ମତଦାନ ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.